ଟାଙ୍ଗୀ/ରାକେଶ ଜଗଦେବ: ଏବେ ବି ଠିଆ ହେବାକୁ ଅସମର୍ଥ ଅସୁସ୍ଥ ଦନ୍ତା ହାତୀ। ଗତ କାଲି ସକାଳେ ଟ୍ରାଙ୍କୁଲାଇଜ କରିଥିଲା ବନ ବିଭାଗ। ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଥିଲା ବନ ବିଭାଗ। ଭୁବନେଶ୍ୱର ନନ୍ଦନ କାନନ ସହ ଓୟୁଏଟିରୁ ଆସିଥିଲେ ବିଶେଷଜ୍ଞ ଦଳ। ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ହରିହର ପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ବୁଲୁଥିବା ନେଇ ପୂର୍ବରୁ ମଧ୍ୟ ଖବର ପ୍ରସାରଣ ହୋଇଥିଲା। ଅସୁସ୍ଥ ଦନ୍ତା ଟ୍ରାଙ୍କୁଲାଈଜ କରି ଚିକିତ୍ସା କରୁଥିଲା ରଣପୁର ବଣ ବିଭାଗ। ଏଥିପାଇଁ ହରିହର ପୁର ଜଙ୍ଗଲରେ ଡେରା ପକାଇଥିଲା ରଣପୁର ବନବିଭାଗ। ଗତ କାଲି ରାତି ସାରା ଚେଷ୍ଟା ଜାରୀ ରଖିଥିଲେ ମଧ୍ୟ୍ୟ ସଫଳ ହେଉନି ବନ ବିଭାଗ। ହାତୀର ଆଗ ପଟ ଗୋଡ଼ରେ ଗଭୀର କ୍ଷତ ସହ ସଂକ୍ରମଣ ଥିବା ଜଣା ପଡିଛି। ବନ ବିଭାଗ X RAY କରି କାରଣ ଖୋଜିବାକୁ ଚେଷ୍ଟା କରୁଥିଲେ ମଧ୍ୟ୍ୟ ବିଫଳ ହୋଇଛି। ତେବେ ଦନ୍ତାର ବୟସ ପାଖାପାଖି ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।