ହାଡ଼କୁ ଶକ୍ତ ରଖିବାର ସରଳ ଉପାୟ

0

ଭୁବନେଶ୍ୱର : ଭେଜିଟେରିୟନ ଫୁଡ୍ ବା ଶାକାହାରୀ ଖାଦ୍ୟ ଏକ ସ୍ୱାସ୍ଥ୍ୟକାରକ ଡାଇଟ୍ ରୂପେ ଜଣାଯାଏ । କିନ୍ତୁ ଅଧିକାଂଶ ଲୋକଙ୍କର ଧ୍ୟାନ କେବଳ ଏହାର ଫାଇଦା ଉପରେ ଥାଏ । ହେଲେ ଶାକାହାରୀ ହେବାରେ ଅନେକ ବଡ଼ ବଡ଼ କ୍ଷତି ମଧ୍ୟ ହୋଇଥାଏ । ଏକ ନୂଆ ଅଧ୍ୟୟନ ମୁତାବକ , ଶାକାହାରୀ ଲୋକଙ୍କ ବୋନ୍ ଫ୍ରାକ୍ଚର ହେବାର ସମସ୍ୟା ଅଧିକା ହୋଇଥାଏ । ୧୯୯୩ ମସିହାରୁ ୨୦୦୧ ଯାଏ ବ୍ରିଟିଶ୍ ଗବେଷକମାନେ ହାରାହାରି ୫୦ ବର୍ଷ ବୟସର ୫୪,୮୫୮ ଲୋକଙ୍କ ଡାଇଟ୍, ହେଲଥ୍ ଓ ଜୀବନଶୈଳୀ ସଂପର୍କିତ ଡାଟା ସଂଗ୍ରହ କରିଥିଲେ । ଗବେଷକମାନେ ଏହି ସବୁ ଲୋକଙ୍କୁ ୪ଟି ଭିତ୍ତ ଭିତ୍ତ ଗ୍ରୁପରେ ଭାଗ କରି ସେମାନଙ୍କର ସ୍ୱାସ୍ଥ୍ୟକୁ ମନିଟର କରିଥିଲେ । ପ୍ରଥମ ଗ୍ରୁପରେ ମାଂସ ଖାଇଥିବା ୨୯,୩୮୦ ଜଣ ଲୋକଙ୍କୁ ରଖା ଯାଇଥିଲା ।

ଦ୍ୱିତୀୟ ଗ୍ରୁପରେ ମାଛ ଖାଉଥିବା ୮,୦୩୭ ଜଣ ଲୋକଙ୍କୁ ସାମିଲ୍ କରାଯାଇଥିଲା । କିନ୍ତୁ ସେମାନେ ମାଂସକୁ ଦୂରେଇ ଦେଇଥିଲେ । ୩ୟ ଗ୍ରୁପରେ ୧୫,୪୯୯ଜଣ ଶୁଦ୍ଧ ଶାକାହାରୀ ଓ ୪ର୍ଥ ଗ୍ରୁପରେ ଭିଗନ ଡାଇଟ୍ (ମାଂସ, ଅଣ୍ଡା ଓ ଡାଏରୀ ପ୍ରଡକ୍ଟକୁ ଦୂରେଇ ଥିବା ବ୍ୟକ୍ତି)କୁ ଫଲୋ କରୁଥିବା ୧,୯୮୨ ଜଣ ଲୋକଙ୍କୁ ରଖା ଯାଇଥିଲା । ବିଏମ୍ସି ମେଡିସନରେ ପ୍ରକାଶିତ ରିପୋର୍ଟ ମୁତାବିକ୍ , ଅଧ୍ୟୟନକାରୀ ହାରାହାରି ୧୮ ବର୍ଷ ବୟସ ଥିବା ଭଲୁଣ୍ଟିୟରଙ୍କ ସ୍ୱାସ୍ଥ୍ୟକୁ ମନିଟରିଂ କରିଥିଲେ ଏବଂ ଦେଖିଥିଲେ ସେମାନଙ୍କ ଶରୀରର କେଉଁଠି ଓ କେତେ ଥର ଭାକ୍ଚର ହୋଇଛି । ଏହାସହ ସେକ୍ସ ଉପରେ ସେମାନଙ୍କର କଣ୍ଟ୍ରୋଲ, ଫିଜିକଲ ଆକ୍ଟିଭିଟି, ସ୍ମୋକିଂ, ଆଲକହଲ ସେବନ ଓ ଡାଇଟି ସପ୍ଲିମେଣ୍ଟକୁ ମଧ୍ୟ ଲକ୍ଷ୍ୟ କରାଯାଇଥିଲା । ଉକ୍ତ ଅଧ୍ୟୟନରେ ଗବେଷକମାନେ ଜାଣିବାକୁ ପାଇଥିଲେ କି ଭେଜିଟେରିୟନ ଲୋକଙ୍କ ଠାରେ ଫ୍ରାକ୍ଚର ସମସ୍ୟା ( ହାଡ଼ ଭାଙ୍ଗିଯିବା ) ମାଂସ ଖାଉଥିବା ଲୋକଙ୍କ ତୁଳନାରେ ୯ ପ୍ରତିଶତ ଅଧିକ ଥିଲା । ଭିଗନ ବା ଶାକାହାରୀ ଡାଇଟ୍ ଫଲୋ କରୁଥିବା ଲୋକଙ୍କ ପାଇଁ ସମସ୍ୟା ଆହୁରି ଅଧିକ ହୋଇଥିଲା । ଶାକାହାରୀ ଡାଇଟ୍କୁ ଫଲୋ କରୁଥିବା ଲୋକଙ୍କ ଠାରେ ହାଡ଼ ଭାଙ୍ଗିବାର ସମସ୍ୟା ୪୩ ପ୍ରତିଶତ ଅଧିକ ଥିଲା ।

ଶାକାହାରୀ ଓ ମାଛ ଖାଉଥିବା ଲୋକଙ୍କ ଠାରେ ହିପ ଫ୍ରାକଚରର ସମସ୍ୟା ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ପାଇଥିଲା । ଶାକାହାରୀ ଲୋକଙ୍କ ଠାରେ ହିପ୍ ଫ୍ରାକଚର ସମସ୍ୟା ମାଂସ ଖାଉଥିବା ଲୋକଙ୍କ ତୁଳନାରେ ଦୁଇ ଗୁଣା ହୋଇଥିଲା । ହେଲେ ଭିଗନ ଲୋକ( ଡାଏରୀ ପ୍ରଡକ୍ଟ ଖାଉନଥିବା ବ୍ୟକ୍ତି) ଠାରେ ମାଂସ ଖାଉଥିବା ଲୋକଙ୍କ ତୁଳନାରେ ଗୋଡ଼ ଫ୍ରାକଚରର ସମସ୍ୟା ୮୧ ପ୍ରତିଶତ ଅଧିକ ଥିଲା । ଅକ୍ସଫର୍ଡ ୟୁନିଭରର୍ସିଟିର ନ୍ୟୁଟ୍ରିସନଲ୍ଏ ପିଡେମିଓଲୋଜିଷ୍ଟ ଓ ଗବେଷଣାର ପ୍ରମୁଖ ଲେଖକ ଟମି ୱାଇଏମ୍ ଟଙ୍ଗ୍ କହନ୍ତି , ଭିଗନ୍ ଓ ଭେଜିଟେରିୟନ ଲୋକଙ୍କୁ ନିଜର ଡାଇଟିରେପ୍ରୋଟିନ୍ ଓ କ୍ୟାଲସିୟମର ମାତ୍ରା ବୃଦ୍ଧି କରିବାକୁ ହେବ । ଯଦି ଏହି ପୋଷକ ତତ୍ୱ ତାଙ୍କୁ ଡାଇଟ୍ରେ ମିଳୁନାହିଁ , ତ ସପ୍ଲିମେଣ୍ଟର ବ୍ୟବହାର କରିବା ଉଚିତ୍ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହାଡ଼ର ମଜବୁତ୍ ପାଇଁ କ୍ୟାଲ୍ସିୟମ୍ ଓ ପ୍ରୋଟିନ୍ ବହୁତ ଆବଶ୍ୟକ ଅଟେ । କ୍ଷୀର , ଡାଏରି ପ୍ରଡକ୍ଟ, ସବୁଜ ପନିପରିବା, କଦଳୀ, ଶାଗ ଜାତୀୟ ( ପୋଇ, ଖଡ଼ା) ସୋୟା ମିକ୍ସ , ହ୍ୱେ ପ୍ରୋଟିନ୍ଆ ଦି ଜିନିଷ ଆମର ହାଡ଼କୁ ମଜବୁତ୍ ରଖିଥାଏ ।