ହିନ୍ଦୋଳ/ ଗୌତମ ମୁଦୁଲି: ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ହାତୁରା ପଞ୍ଚାୟତ ଅନ୍ତର୍ଗତ ହାତୁରା ହରିଜନ ସାହିରେ ଗତ ଦୁଇଦିନ ତଳେ ବିଳମ୍ବିତ ରାତ୍ରିରେ ଘଟିଯାଇଥିଲା ଏକ ଭୟଙ୍କର ଅଗ୍ନିକାଣ୍ଡ।ଏହି ଅଗ୍ନିକାଣ୍ଡରେ ପ୍ରମୋଦ ନାଏକ ଏବଂ ଦେବରାଜ ନାଏକଙ୍କର ୪ଟି ପରିବାରର ପ୍ରାୟ ୫ ବଖରା ଘର ସମେତ ଲକ୍ଷାଧୂକ ଟଙ୍କାର ଆସବାବପତ୍ର ମଧ୍ଯ ଜଳିପୋଡି ପାଉଁଶ ହୋଇଯାଇଥିଲା।ଏ ସଂପର୍କରେ ଖବର ପାଇ ଖଜୁରିଆକଟା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
କିନ୍ତୁ ସେତେବେଳକୁ ସବୁକିଛି ଜଳି ପୋଡ଼ି ପାଉଁଶ ହୋଇ ସାରିଥିଲା। ତେବେ ଆଜି ଖବର ପାଇ ହିନ୍ଦୋଳ ଖଜୁରୀଆକଟା ଅଞ୍ଚଳର ସମାଜ ସେବୀ ଅନୁଷ୍ଠାନ ଛୋଟ ଏକ ପ୍ରୟାସର ସଦସ୍ୟ ମାନେ ଅଗ୍ନି ବିପନ୍ନ ପରିବାରକୁ ସାହାଯ୍ୟ ର ହାତ ବଢାଇବା ପାଇଁ ଆଗେଇ ଆସିଥିଲେ। ବାସହରା ହୋଇଯାଇଥିବା ଅଗ୍ନି ବିପନ୍ନ ପରିବାର ଲୋକଙ୍କୁ କିଛି ନୂତନ ବସ୍ତ୍ର ସହ କିଛି ଶୁଖିଲା ଖାଦ୍ୟ ଯୋଗାଇ ସାହାଯ୍ୟର ହାତ ବଢ଼ାଇ ପାରିଛନ୍ତି। ଛୋଟ ଏକ ପ୍ରୟାସ ପରିବାର ର ଏଭଳି ମହତ କାର୍ଯ୍ୟ ପାଇଁ ହିନ୍ଦୋଳ ଅଞ୍ଚଳର ବହୁ ବୁଦ୍ଧିଜିବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି।