ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

0

ସୁବର୍ଣ୍ଣପୁର: କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ  ତରଫରୁ ସମଗ୍ର ଦେଶରେ ୨୮ ଅକ୍ଟୋବର ରୁ ୩ ନଭେମ୍ବର  ପର୍ଯ୍ୟନ୍ତ ଦୁର୍ନୀତି  ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ସୁବର୍ଣ୍ଣପୁର ଓ ତରଭା ବ୍ଲକ ପ୍ରଶାସନର ମିଳିତ ସହଯୋଗରେ ବ୍ଲକ ଅଧୀନ ଚାରଭଟା ଗ୍ରାମପଂଚାୟତରେ ଏହି ସ୍ୱତନ୍ତ୍ର ଗ୍ରାମସଭା ଏ ବି ଡି ଓ ନିରଞ୍ଜନ ନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଚାରଭଟା ପଞ୍ଚାୟତ ସରପଞ୍ଚ ସସ୍ମିତା ହରିପାଲ, ନିର୍ବାହୀ ଅଧିକାରୀ ରସିକ ସୁନା, ସି ଆର ପି ସୀତୟା ରଣା, ପିଙ୍କି ରଣା, ପୁଷ୍ପାଞ୍ଜଳି ମାଝୀ, ଏମ ବି କେ ଯଶୋବନ୍ତୀ କୁମ୍ଭାର , ମହିଳା ସ୍ୱୟଂ ସହାୟକ ସଦସ୍ୟା , ୱାର୍ଡ ସଦସ୍ୟ, ଏବଂ ଚାରଭଟା ଜି ପି ର ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗର ବିଭାଗୀୟ ଅଧିକାରୀ ହୃଦାନନ୍ଦ କାଲୋ ଉପସ୍ଥିତ ରହି ଦୁର୍ନୀତି କୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ ସୂଚନା ପ୍ରଦାନ ପୂର୍ବକ ସଚେତନ କରିଥିଲେ I