ଭୁବନେଶ୍ୱର: ଓଡିଶା ୱାଣ୍ଡର ଓମେନ କନଭେସନ ୨୦୨୪ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଓ କ୍ଷୁଦ୍ର ଏବଂ ଓଏଏସଏସଇ ହୋଟେଲ ତାଜ ଭିଭାନ୍ତା, ପାତ୍ରପଡା ଭୁବନେଶ୍ୱର ଠାରେ ମିଳିତ ଭାବେ ଏକ କର୍ମଶଶଳାର ଆୟୋଜନ କରିଥିଲେ । ଓଏଏସଏସଇ ଓମେନ ୱିଙ୍ଗର ଚେୟାରମ୍ୟାନ ଜ୍ୟୋତିର୍ମୟୀ ମହାନ୍ତି ସମସ୍ତ ଅତିଥି ଏବଂ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟ ବକ୍ତାବ୍ୟରେ ପିଏସଇଆଇ, ଆଇଏଲଓର ମୁଖ୍ୟ ବୈଷୟିକ ପରାମର୍ଶଦାତା ସୁଦୀପ୍ତା ଭଦ୍ରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତେକ ଜିଲ୍ଲାରୁ ଉଦ୍ୟୋଗୀମାନଙ୍କର ଅଂଶ ଗ୍ରହଣ ଏବଂ ଆଇଏଲଓ, କେଓଆଇଏ , ଏବଂ ଓଏଏସଏଇ ସହିତ ମିଳିତ ଉଦ୍ୟମକୁ ଆଲୋକିତ କରି ଜ୍ୟୋତିର୍ମୟୀ ଏହି କାର୍ଯ୍ୟକ୍ରମର ମହତ୍ୱ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ୟେଶ୍ୟ ହେଉଛି ସରକରୀ କ୍ରୟ ନୀତି ବିଷୟରେ ଉପସ୍ଥତ ଲୋକଙ୍କୁ ଆଲୋକିତ କରିବା ଏବଂ ସେମାନଙ୍କୁ ଡିଜିଟାଲ ଏବଂ ଇ – ବାଣିଜ୍ୟ ମାର୍କେଟିଂ କୌଶଳ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ।
ଏହି ସମ୍ମିଳନୀ ଓଡିଶାରେ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା । ପ୍ରତିଯୋଗିତାମୂଳକ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପାଇଁ ମୂଲ୍ୟବାନ ଜ୍ଞାନ , ଉତ୍ସ ଏବଂ ନେଟୱାର୍କି ସୁଯୋଗ ପ୍ରଦାନ କରିଥିଲା । ସ୍ଥାୟୀ ଉଦ୍ୟୋଗ ଏବଂ ଅର୍ଥନୈତିକ ସଶକ୍ତିକରଣ ଉପରେ ଧ୍ୟାନ ଦେଇ ଏହି କର୍ମଶାଳା ଏହି ଅଞ୍ଚଳ ମହିଳା ନେତୃତ୍ୱାଧିନ ବ୍ୟବସାୟୀ ପାଇଁ ପ୍ରମୁଖ ଆହ୍ୱାନ ଏବଂ ସୁଯୋଗକୁ ସମାଧାନ କରିଥିଲେ ।
ଏମଏସଇ ଉତ୍ପାଦନ ଉଦ୍ୟୋଗ – ୨୦୨୪ ପାଇଁ ଓଡିଶା କ୍ରୟ ପ୍ରିଫରେନ୍ସ ପଲିସସ’ ଉପରେ ଆୟୋଜିତ ହୋଇଥିବା ଅଧିବେଶନକୁ ଓଏଏସଏମଇ ର ସେକ୍ରେଟେରୀ ଜେନେରାଲ ସାତ୍ୱିକ ସ୍ୱାଇଁ ପରିଚାଳନା କରିଥିଲେ । ଯିଏ କି ଏହିନୀତି ଉପରେ ଅନ୍ତର୍ଦୁଷ୍ଟି ଏବଂ ସ୍ୱଟୀକରଣ ପ୍ରଦାନ କରିଥିଲେ । ଏହା ପରେ ଓଏଡିସିର ନେଟୱାର୍କ ବିସ୍ତାର ପ୍ରତିନିଧି ପୂଜା ବାଗରିଆ “ଓଏନଡିସି” ଉପରେ ଏବଂ ଇଶିତା ଗୁପ୍ତା “ ଏ.ଆଇ ଯୁଗରେ ଡିଜିଟାଲ ମାର୍କେଟିଂ” ବିଷୟରେ ଆଲୋଚନା କରିଥିଲେ । ଏହା ସହିତ “ ସରକାରୀ ଇ ମାର୍କେଟପ୍ଲେସ ଜିଇଏମ” ପାଇଁ ଉତ୍ସର୍ଗୀକୃତ ଏକ ଅଧିବେଶନ ସରକାରୀ ଇ- କାର୍କେଟପ୍ଳେସ ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରିଥିଲେ ।