ନିଜ ହକ ପାଇଁ ରାଜରାସ୍ତାରେ କ୍ରୀଡା ଶିକ୍ଷକ

0

ଭୁବନେଶ୍ୱର : ହକି ବିଶ୍ଵକପ ପାଇଁ ରାଜଧାନୀ ସ୍ଵତନ୍ତ୍ର ସଜେଇ ହେଉଥିବା ବେଳେ ଏତେ ବଡ଼ ହକି ଷ୍ଟିଗ ରାସ୍ତା କଡ଼ରେ ଶୋଭାପାଉଛି । ଆପଣ ଏତେ ବଡ ହକି ଷ୍ଟିଗ ଦେଖି ଭାବୁଥିବେ ଏହା ହକି ବିଶ୍ଵକପ ପାଇଁ ଅଣାଯାଇଛି। ଏବଂ ସ୍ୱାଗତ କରିବା ପାଇଁ ରଖାଯାଇଛି । କିନ୍ତୁ ନାଇଁ ଏହା ହକି ବିଶ୍ଵକପ ପାଇଁ ନୁହେଁ ହକ୍ ମାଗିବା ପାଇଁ ରଖାଯାଇଛି। ଭୁବନେଶ୍ବରରେ କିନ୍ତୁ ପ୍ରତିବାଦର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ରାଜ୍ୟ ସରକାର ଓଡ଼ିଶାକୁ ଦେଶର ସ୍ପୋର୍ଟସ କ୍ୟାପିଟାଲ କରିବାକୁ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ବିଧାନସଭା ସମ୍ମୁଖରେ ସ୍ଥାୟୀ ନିଯୁକ୍ତି ସହ ଦରମା ବୃଦ୍ଧି ଦାବିରେ ଗାନ୍ଧୀ ମାର୍ଗରେ ଧାରଣା ରେ ବସିଛନ୍ତି କ୍ରୀଡା ଶିକ୍ଷକ। ରାଜ୍ୟ ସରକାର କଳା ଓ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ହକି ବିଶ୍ବକପ ମଧ୍ୟ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଇଛି। କିନ୍ତୁ ଅନେକ ଦିନ ହେବ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ ଶୀତ କାକରରେ ଦିନ ରାତି ଧାରଣା ଦେଉଛନ୍ତି ।

ଦେଶରେ ଦରଦାମ ବଢ଼ି ଚାଲିଥିବା ବେଳେ ଦୀର୍ଘ ୮ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ନିରବଚ୍ଛିନ୍ନ ଭାବେ କାର୍ୟ୍ୟ କରିଆସୁଛନ୍ତି ଏହି ଶିକ୍ଷକ ମାନେ। ହେଲେ ଦରମା ପାଞ୍ଚ ହଜାର ଟଙ୍କାରୁ ଟଙ୍କା ଟିଏ ବି ବଢ଼ୁନାହି। ଏତେ ସମସ୍ୟାରେ ରହି ନିଜ ଦାବି ସହ ସଚିବ ଙ୍କ ପାଖରେ ଜଣାଇବାରୁ ସଚିବଙ୍କ ପାଖରେ ସେମାନଙ୍କ ଫାଇଲ ନଥିବାର କହୁଛନ୍ତି।ସ୍ବଳ୍ପ ଦରମାରେ ନିଜ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡ଼ୁଥିବା ବେଳେ ସରକାରଙ୍କର ସମସ୍ତ କାର୍ୟ୍ୟରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଆସୁଛନ୍ତି । ତଥାପି କଣ ପାଇଁ ସରକାର ଚୁପ ଅଛନ୍ତି ସେଥିପାଇଁ ଶିକ୍ଷକ ଶିକ୍ଷତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯଦି ସରକାର କ୍ରୀଡା ଓ କଳା ଶିକ୍ଷକ ମାନଙ୍କ ଠିକା କର୍ମଚାରୀ ବ୍ୟବସ୍ଥା ଉଚ୍ଚେଦ କରି ସରକାରି କର୍ମଚାରୀର ମାନ୍ୟତା ନଦିଅନ୍ତି ହକି ବିଶ୍ଵକପ ଉଦଘାଟନୀ ସମାରୋହ ଦିନ ସମୂହ ଆତ୍ମହୁତି ଦେବାକୁ ଚେତାବନୀ ଦେଉଛନ୍ତି କ୍ରୀଡା ଶିକ୍ଷକ ମାନେ ।