ଭୁବନେଶ୍ଵର: ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଦେଖାଯାଉଛି। ପ୍ରବଳ ଖରା ନଜରରେ ରଖି ଯୁକ୍ତ ତିନି ଦ୍ଵିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ମାନେ । ଏନେଇ ଆଜି ରମାଦେବୀ ବିଶ୍ଵ ବିଦ୍ୟାଳୟ ବାହାରେ ଶହ ଶହ ଛାତ୍ରୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ପ୍ରବଳ ଗ୍ରୀଷ୍ଣ ପ୍ରବାହ ଯୋଗୁଁ କଲେଜ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ । ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୁଞ୍ଚାଇଦିଅନ୍ତୁ ବୋଲି ଛାତ୍ରୀମାନେ ଦାବି କରିଥିବା କୁହାଯାଉଛୀ ।