ଆନ୍ଦୋଳନରେ ଯୋଗ ଦେବାକୁ ରାଜଧାନୀ ଆସୁଥିଲେ ଶିକ୍ଷକ, ଅଧାବାଟରେ ଚାଲିଗଲା ଜୀବନ

0

ନୟାଗଡ:ଆନ୍ଦୋଳରେ ଯୋଗ ଦେବା ପାଇଁ ଆସୁଥିଲେ ଶିକ୍ଷକ । ଅନ୍ଦୋଳନରେ ଅନ୍ୟ ସାଥୀଙ୍କ ସହ ମିଶି ନିଜର ଦାବି ସରକାରଙ୍କ ନିକଟରେ ଜଣାଇଥାନ୍ତେ । ହେଲେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତ ଶିକ୍ଷକ ହେଉଛନ୍ତି ଅମର ଚାନ୍ଦ । ତେବେ ମୃତ ବ୍ୟକ୍ତି ଅମର ଚାନ୍ଦ ଘର ଜୁନାଗଡାରେ ହୋଇଥିବା ଜଣାପଡିଛି । ସେ ଜୁନାଗଡ଼ରୁ ନୟାଗଡ଼ ଆସୁଥିଲେ । ଆଜି ସକାଳେ ଏକ ଘରୋଇ ବସ ଯୋଗେ ଭୁବନେଶ୍ୱର ଆସୁଥିଲେ ଅମର ଚାନ୍ଦ। ହେଲେ ଇଟାମାଟି ନିକଟରେ ଏକ ପେଟ୍ରୋଲ ପମ୍ପ ପାଖରେ ଛିଡ଼ା ହୋଇଥିବା ଟ୍ରକ୍କୁ ବସଟି ପଛରୁ ଧକ୍କା ଦେଇଥିଲା।

ସୂଚନାମୁତାବକ, ଘଟଣା ସ୍ଥଳରେ ଅମର ଚାନ୍ଦଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଆହାତ ହୋଇଛନ୍ତି । ଆହାତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଆହାତ ବ୍ୟକ୍ତିଙ୍କୁ ପ୍ରଥମେ ନୟାଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ଦିଆ ଯିବା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।ଦୁର୍ଘଟଣାରେ ବସ ଗୋଟିଏ ପାଶ୍ୱ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏହା ସହ ପୁଲିସ ଉଭୟ ଟ୍ରକ୍ ଓ ବସ ଜବତ କରି ଘଟଣାର ତଦନ୍ତ କରୁଛି ।