ଜଳେଶ୍ଵର (ଅଜିତ ସାହୁ) : ଛାତ୍ରୀକୁ ଅସଦା ଚରଣ କରିଥିବା ଅଭିଯୋଗରେ ଉତ୍ତମ ମଧ୍ୟମ ଦେଇ ସ୍କୁଲ ଅଫିସ ଭିତରେ ରସିକିଆ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ। ପ୍ରାପ୍ତ ସୂଚନା ମୁତାବକ ଏହେଉଚି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଜଳକା ପଡିଆ କପାସୁଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ଘଟଣା । ବିଦ୍ୟାଳୟର ସହକାରୀ ଶିକ୍ଷକ ଉମାକାନ୍ତ ଜେନା ଗତ ମଙ୍ଗଳବାର ସ୍କୁଲରେ ପରୀକ୍ଷା ସରିବା ପରେ ପ୍ରଥମ ଶ୍ରେଣୀର ଏକ ଛାତ୍ରୀକୁ ଅଫିସ ଘରକୁ ଡାକି ତା ସହିତ ଅସଦାଚରଣ କରିଥିଲେ । ତେବେ ସ୍କୁଲ ଛୁଟି ପରେ ପିଲାଟି ଘରକୁ ଯାଇ ଘରେ ଜଣେଇ ଥିଲା। ତେବେ ଆଜି ଶିକ୍ଷକ ଉମାକାନ୍ତ ଜେନା ବିଦ୍ୟାଳୟକୁ ଆସିବା ପରେ ଗ୍ରାମବାସୀ ମାନେ ଶିକ୍ଷକଙ୍କୁ ଅଫିସ ଘରକୁ ନେଇ ମାଡ଼ ମାରିବା ସହ ତାଲା ପକାଇ ଦେଇଥିଲେ । ଅସଦାଚରଣ ଅଭିଯୋଗକୁ ଶିକ୍ଷକ ଅସ୍ବୀକାର କରିଥିବା ବେଳେ ତାଙ୍କୁ ଦୀର୍ଘ ସମୟ ଧରି ତାଲା ପକାଇ ରଖିଥିଲେ ବି ଖବର ଲେଖା ହେବା ସୁଦ୍ଧା ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି ।