ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମିକମ୍ପ

0

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ମରକ୍କୋରେ ଭୟଙ୍କର ଭୂମୀକମ୍ପ । ଭୟଙ୍କର ଭୂମିକମ୍ପରେ ଥରିଲା ମରକ୍କୋ। ରିକ୍ଟର ସ୍କଲରେ ୬ ଦଶମିକ ୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜାଣିବାକୁ ମିଳିଛି । ଏହି ଭୂମିକମ୍ପରେ ବଡବଡ କୋଠା ଭୁଶୁଡିଥିବାବେଳେ ଅନେକ ଲୋକଙ୍କ ଜୀବନ ଯାଇଛି। ବର୍ତ୍ତମାନ ସୁଦ୍ଧା ୨୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।
ବିଳମ୍ବିତ ରାତି ପାଖାପାଖି ୧୧ଟା ସମୟରେ ଭୂମିକମ୍ପ ହୋଇଥିଲାବେଳେ ଭୂମିକମ୍ପର କେନ୍ଦ୍ର ମରୋକୋ ମରାକେଶ ସହରର ୭୦ କିଲୋମିଟର ଦୂରରେ ବୋଲି ଜଣାପଡ଼ିଛି । ମରାକେଶରଠାରୁ ପାଖାପାଖି ୩୫୦ କିଲୋମିଟର ଦୂର ରାଜଧାନୀ ରବାତରେ ମଧ୍ୟ ଲୋକେ ଭୂମିକମ୍ପ ଅନୁଭବ କରିଥିଲେ । ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିଲା । ଆଉ ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ ।