ତିନି ଦିନରେ ମୋଟ  ୧୦୨୧ଟି ଅଭିଯୋଗର ଶୁଣାଣି ଓ ୭୮୮ ଟି ଆବେଦନକୁ ପଦୋନ୍ନତି ନିମନ୍ତେ ଗ୍ରହଣ

0

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ସମୟୋଚିତ ପଦୋନ୍ନତି ଦେବା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସ୍ୱରୂପ ଚଳିତ ମାସ ପହିଲାରୁ ତିନି ଦିନ ଧରି  ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଦୋନ୍ନତି ଅଦାଲତ ଆଜି ଶେଷ ହୋଇଛି   ଉକ୍ତ ତିନି ଦିନରେ ପଦୋନ୍ନତି ନିମନ୍ତେ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀମାନଙ୍କ ଠାରୁ  ୧୨୪୧ ଆବେଦନପତ୍ର ଗ୍ରହଣ କରାଯାଇଥିବା ବେଳେ ୧୦୨୧ ଜଣଙ୍କ ଆବେଦନାର ଶୁଣାଣି କରାଯାଇ ସେଥି ମଧ୍ୟରୁ ୭୮୮ଟି ଆବେଦନକୁ ପଦୋନ୍ନତି ପାଇଁ ଗ୍ରହଣ କରାଯାଇଛି ଆଜି ତୃତୀୟ ଦିନରେ ଜଙ୍ଗଲ ପରିବେଶ, କ୍ରୀଡା ଯୁବସେବା, ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ,ସମବାୟ, ବାଣିଜ୍ୟ ପରିବହନ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ,ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି, ଗୃହ, ସାଧାରଣ ପ୍ରଶାସନ ସାଧାରଣ ଅଭିଯୋଗ, ଶିଳ୍ପ, ସୂକ୍ଷ୍ମ କ୍ଷୁଦ୍ର, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଅଧିକାରୀ କର୍ମଚାରୀମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା

  ଏହି ପଦୋନ୍ନତି ଅଦାଲତରେ ଜଣ ଅତିରିକ୍ତ ଶାସନ ସଚିବ ଡ଼ଃ ନିକୁଞ୍ଜ କିଶୋର ସୁନ୍ଦରାୟ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ, ଶ୍ରୀ ରାଜ କୁମାର ଶର୍ମା ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ଶ୍ରୀ ଦେଓ ରଂଜନ ସିଂ କଳିଙ୍ଗ ଷ୍ଟାଡିୟମ ସମ୍ମିଳନୀ କକ୍ଷ, ଡ଼ଃ ମୋନା ଶର୍ମା ଇଡକୋ ସମ୍ମିଳନୀ କକ୍ଷ, ଶ୍ରୀମତୀ ଅନୁ ଗର୍ଗ କୃଷି ଭବନ ଅଡିଟୋରିୟମ ଏବଂ ଶ୍ରୀ ସତ୍ୟବ୍ରତ ସାହୁ ଏସ୍ଆଇଆରଡି ସମ୍ମିଳନୀ କକ୍ଷରେ ଗତ ତିନି ଦିନ ଧରି ଅଭିଯୋଗର ଶୁଣାଣି କରିଥିଲେ ଏଥିରେ ଭାଗ ନେଇଥିବା କର୍ମଚାରୀମାନେ ପଦୋନ୍ନତି ଅଦାଲତ ମାଧ୍ୟମରେ ସେମାନଙ୍କ ଅଭିଯୋଗ ଗୁଡିକର ଶୁଣାଣି ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଆଗାମୀ ବର୍ଷରେ ଏହି ପ୍ରକ୍ରିୟା ଯାରି ରହିବା ନେଇ ସେମାନେ ଆଶା ପ୍ରକାଶ  କରିଛନ୍ତି