ଭୁବନେଶ୍ୱର: ଚାଲିଛି ବିଧାନସଭାରେ ପ୍ରଶ୍ନକାଳ । ଏହାରି ଭିତରେ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ଦିଆଯାଇଥିବା ତଥ୍ୟ ଆଧାରରେ ଗୃହରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର ଦୋଷ ଙ୍କ ପ୍ରଶ୍ନ ର ଉତ୍ତର ରଖିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ।କଟକ ବାଲିଯାତ୍ରା ୨୦୨୪ ରେ ମୋଟ ୨୪୩୮ ସଂଖ୍ୟକ ଷ୍ଟଲ୍ ଖୋଲିଥିଲା। ନିଲାମ ଆଧାର ରେ ୧୧୮୮ ଟି ଓ ସ୍ଥିରୀକୃତ ଦର ଆଧାରରେ ୧୨୫୦ଟି ଷ୍ଟଲ୍ ଆବଣ୍ଟନ ହୋଇଥିଲା। ମୋଟ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି ବୋଲି କହିଲେ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ।
ସେପଟେ ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କଲେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ। ସେ କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ। ଏହାର ଉତ୍ତରରେ ସଂସ୍କୃତି ମନ୍ତ୍ରୀ କହିଲେଯେ ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ। ହେଲେ ଜାତୀୟ ମାନ୍ୟତା ଦେବା UNESCO ର କାମ।
ବାଲିଯାତ୍ରାକୁ UNESCO କିପରି ଜାତୀୟ ମାନ୍ୟତା ମିଳିବ, ସେ ନେଇ ଏକ ବିଶେଷଜ୍ଞ ଟିମ UNESCO ସହ ଯୋଗାଯୋଗରେ ଅଛନ୍ତି। ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି କହିଲେ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ।