କନ୍ଧମାଳ ଜିଲ୍ଲା ରେ ଚାଳିଛି ପାରମ୍ପାରିକ ଦଣ୍ଡ ଯାତ୍ରା

0

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫରିଙ୍ଗିଆ ବ୍ଳକରେ ପାରମ୍ପାରିକ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି । ଗତ ଏକ ତାରିଖ ଠାରୁ ଏହି ଦଣ୍ଡ ପର୍ବ ଆରମ୍ଭ ହୋଇଥିବା ବେଳେ ଅଞ୍ଚଳରେ ଭକ୍ତ ଓ ଶ୍ରଦ୍ଧାଳୁ ଏହି ପର୍ବକୁ ସ୍ବଚ୍ଛ ଓ ନିର୍ମଳ ସହ ପରିବାର ସମସ୍ତେ ତେର ଦିନ ପଯ୍ୟନ୍ତ ସ୍ବଚ୍ଛ ଆହାର ଗ୍ରହଣ କରି ପାଳନ କରିଥାନ୍ତି । ଦଣ୍ଡୁଆ ମାନେ ଗୋଟିଏ ଓଳି ଅରୁଆ ଭୋଜନ ସହ କେବଳ ନବାତ ପଣା ଗ୍ରହଣ କରି ତେର ଦିନ କାଟିଥାନ୍ତି । ମାନସିକ ବ୍ରତ ଧାରି ତେର ଦିନ ପଯ୍ୟନ୍ତ ଖାଲି ପାଦରେ ଦଣ୍ଡ ଯାତ୍ରା ପରିକ୍ରମା କରି ଗାଁ ଗାଁ ରେ ଦଣ୍ଡଯାତ୍ରା ଧୂଳି ଦଣ୍ଡ ପାଣି ଦଣ୍ଡ ଦଣ୍ଡୁଆ ମାନେ ପରିବେଷଣ କରିଥାନ୍ତି । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପାଳିତ ହେଉଛି ପାରମ୍ପାରକ ଦଣ୍ଡ ଯାତ୍ରା ।ଫରିଙ୍ଗିଆ ବ୍ଲକ ଅନ୍ତର୍ଗତ କାଶିନିପଦର ଦଣ୍ଡ ଯାତ୍ରା ଏଠି କାର ମାଁ ପଶ୍ଚିମ କାଳି ହେଉଛି ପ୍ରତ୍ୟକ୍ଷ ଦେବି ହୋଇ ଥିବା ରୁ ଦୁର ଦୁରାନ୍ତର ଭକ୍ତମାନେ ଆସି ଦଣ୍ଡରେ ପଡିଥାନ୍ତି । ଦେଖି ବାକୁ ମିଳିଛି ଯେ ଏଠାକାର ଦଣ୍ଡୁଆ ମାନଙ୍କ ଭିତରେ ତେର ଭୁକ୍ତା ମାନେ ଧୂଳି ଦଣ୍ଡ ଝୁଣାଦଣ୍ଡ ପଟଦଣ୍ଡ ଭଳି ବିଭିନ୍ନ ଦ୍ବାୟିତ୍ବ ବହନ କରିଥିବା ବେଳେ କେବଳ ନବାତ ପଣା ପାଣି ପିଇ ୧୩ ଦିନ ପଯ୍ୟନ୍ତ ସ୍ବଚ୍ଛ ସହ ଦଣ୍ଡ ସେବାରେ ରହି ବ୍ରତ ପାଳନ କରିଥାନ୍ତି । ଏହି ଦଣ୍ଡ ପର୍ବ କନ୍ଧମାଳ ଜିଲ୍ଲାରେ ଏକ ମୁଖ୍ୟ ପାରମ୍ପାରିକ ପର୍ବ ହୋଇଥିବାବେଳେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ପ୍ରାୟତଃ ଫିରିଙ୍ଗିଆ ବ୍ଲକରେ ସବୁଠାରୁ ଅଧିକ ୨୩ ରୁ ଅଧିକ ଦଣ୍ଡ ଥଳ ରହିଥିବାର ବେଳେ ୨୪ ଟି ପଞ୍ଚାୟତ ମଧ୍ୟରେ ରହିଛି ପୁରାତନ ଶୈବପୀଠ ଗୁଡିକ ଚଳଚଞ୍ଚଳ ରହିଛି । ସେଥିମଧ୍ୟରୁ କାଶିନିପଦର, ରତଙ୍ଗ, ଫିରିଙ୍ଗିଆ, ନୂଆ ପଡା, ସଖିପଡା, ଦିଣ୍ଡୀରାଗାଁ, ସରୁକୋଇ, ବଭ ଡଙ୍ଗରିଆ, ମଣିପଦର,କରନ୍ଦାଗଡ , ତେଜାମାହା, କେଲାପଡା, ଡିମ୍ବିରି ଗୁଡା, କାଳୀପଙ୍ଗା, ସୁମରବନ୍ଧ, ବାଲିଗୋଟା ମାଝିପଡା, କେରେଙ୍ଗେଲି, ଗୋଛାପଡା, ପଖାରୀ, ବାରନ୍ଧାପଡା, ଶ୍ରୀପଲ୍ଲା, ସିପାଢି, ରାତାମାସ୍କା(କଟାଙ୍ଗି) ଆଦି ଗାଁ ମାନଙ୍କରେ ଦଣ୍ଡଥଳ ରହିଛି । ଏହି ଦଣ୍ଡଯାତ୍ରାରେ ମାନସିକଧାରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣକୁ ନେଇ ପ୍ରବଳ ବିଶ୍ଵାସ ରହିଥିବା ବେଳେ ଏହି ପର୍ବକୁ ପ୍ରତି ବର୍ଷ ଚୈତ୍ର ମାସରେ ପାଳନ କରାଯାଇଥାଏ । ଏହି ଯାତ୍ରା ମେରୁଦଣ୍ଡ ଯାତ୍ରା ଝାମୁଯାତ୍ରା ଦିନ ଶେଷ ହୋଇଥାଏ । ଅନ୍ୟପଟେ ଗତ କିଛି ବର୍ଷ ହେବ ପାରମ୍ପାରିକ ଦଣ୍ଡ ପର୍ବକୁ କିଛି ଦଣ୍ଡ ଥଳ ପ୍ରକୃତ ପାରମ୍ପାରିକ ଦଣ୍ଡ ନୃତ୍ୟ ବଦଳରେ ବିଭିନ୍ନ ପ୍ରକାର ଅଶ୍ଲୀଳ ନୃତ୍ୟ ପ୍ରୟୋଗ କରୁଥିବା ଦେଖାଯାଇଛି ।ଏଣୁ ପାରମ୍ପାରିକ ବଞ୍ଚାଇ ରଖିବାକୁ ଉଦ୍ୟମ କରିବା ଉଚିତ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।