ଗୋଟିଏ ଟ୍ରକ ସହ ପୋକ୍ଲିନ ଜାଳି ଦେଲେ ମାଓବାଦୀ

0

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ପୁଣି ମାଓବାଦୀଙ୍କର ବର୍ବର କାଣ୍ଡ । ମାଲକାନଗିରି ସିମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ରେ ଘଟାଇଛନ୍ତି ଲଙ୍କାକାଣ୍ଡ । ଜିରୋଣ୍ଡୁଲ ନିକଟରେ ଜାଳିଦେଲେ ଗୋଟିଏ ଟ୍ରକ ସହ ପୋକ୍ଲିନ । କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ। ଗତ କିଛଦିନ ତଳେ ଶତାଧିକ ମାଓବାଦୀ ମେଳି ହୋଇ ବିରାଟ ଶୋଭାଯାତ୍ରା ସୁକମା ଜଙ୍ଗଲ ବିରୋଧ ପ୍ରଦର୍ଶନ କରିଥଲେ।ଏବେ ଏଭଳି ହଂସା କାଣ୍ଡ ଘଟାଇ ସ୍ଥାନିୟ ଲୋକଙ୍କୁ ଭୟଭିତ କରାଉଛନ୍ତି ।