କଟକ/ଜଗନ୍ନାଥ ମହାନ୍ତି: ରାଜ୍ୟରେ ଦୁର୍ଘଟଣା ଜନିତ ଅନୁସନ୍ଧାନକୁ ସଠିକ ଢଙ୍ଗରେ କିପରି କରାଯାଇ ପାରିବ ସେନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କଟକ ସହିଦ ଭବନ ରେ ଆୟୋଜିତ ହୋଇଛି । ରାଜ୍ୟ ପୋଲିସ ଓ ପରିବହନ ବିଭାଗର ମିଳିତ ସହଯୋଗରେ ୩ଟି ଜିଲାର ୪୦ପୋଲିସ ଅଧକାରୀ ଓ ୧୫ ଜଣ ପରିବହନ ଅଧିକାରୀ ନେବେ ପ୍ରଶିକ୍ଷଣ । ସଡ଼କ ରେ ଦୁର୍ଘଟଣା ରୋକିବା ସହ ତାହାର କାରଣ ଓ ନିରାକରଣ ପାଇଁ ଅନୁସନ୍ଧାନ କରିବେ ପ୍ରଶିକ୍ଷଣ ନେଇଥିବା ଏହି ଅଧିକାରୀ ମାନେ । ଏହି ଅବସର ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପରିବହନ କମିଶନର ତଥା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଯୋଗ ଦେଇ ଅଧିକାରୀ ମାନଙ୍କୁ ଦୁର୍ଘଟଣାର କିଭଳି ସଠିକ ଢଙ୍ଗରେ ଅନୁସନ୍ଧାନ କରାଯାଇ ପାରିନ ସେନେଇ ପରାମର୍ଶ ଦେଇଥିଲେ । କେବଳ ଗାଡି ଚାଳକ ମାନଙ୍କ ପାଇଁ ଦୁର୍ଘଟଣା ହେଉଛି ତାହା ନୁହେଁ ବରଂ ଅନେକାଂଶ ରେ ଦୁର୍ଘଟଣା ପାଇଁ ପୋଲିସ ଓ ପରିବହନ ବିଭାଗ ବି ଦାୟୀ ବୋଲି କହିଥିଲେ କମିଶନର । ଅନ୍ୟ ମାନଙ୍କ ମଧ୍ୟରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟିନୀ ପରିବହନ ଯୁଗ୍ମ କମିଶନର ଓ କଟକ ଆର୍ଟିଓ ଉପସ୍ଥିତ ରହିଥିଲେ ।