ପାଳଲହଡା: ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର ସହ ଗୋରୁ ଗୁହାଳ । ଏଭଳି ଘଟଣା ଦେଖିବାକୁ ମିଳିଛି ପାଳଲହଡା ବ୍ଲକ ରୋହିଲା ଗ୍ରାମ ପଞ୍ଚାୟତ ରୋହିଲା ଗ୍ରାମରେ । ସେହି ଗ୍ରାମର ହୃଦାନନ୍ଦ ସାହୁ ଏବଂ ତାଙ୍କ ବଡ ଭାଇ ଈଶ୍ୱର ଚନ୍ଦ୍ର ସାହୁଙ୍କ ଦୁଇଟି ବଖରା ଘର ସହ ଗୋରୁ ଗୁହାଳ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ତେବେ ଖବର ପାଇ ଘଟଣା ସ୍ଥଳରେ ପାଳଲହଡା ଦମକଳ ବାହିନି ଆସି ପହଞ୍ଚିବା ପୂର୍ବରୁ ଘରଟି ସମ୍ପୂର୍ଣ୍ଣ ପାଉଁସ ହୋଇଯାଇଥିଲା । ତଥାପି ନିଆଁକୁ ଆୟତ କରାଯାଇଥିବା ସୂଚନା ସେଇଛନ୍ତି ରୋହିଲା ସରପଞ୍ଚ ।