ନିଆରା ମଣିଷ ଅଚ୍ୟୁତ ସାମନ୍ତ

0

ଭୁବନେଶ୍ୱର; ସବୁବେଳେ ଚର୍ଚ୍ଚାରେ ରୁହନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ସେ ସବୁଠାରୁ ନିଆରା ମଣିଷ । କାରଣ ଅନେକ ପିଲାଙ୍କ ଭବିଷ୍ୟତକୁ ଗଢିଚାଲିଛନ୍ତି । କିଟ ଓ କିସ ନାଁ କହିଦେଲେ,ଲୋକେ ତାଙ୍କୁ ଜାଣନ୍ତି । ଓଡିଶା ନୁହେଁ ସାରା ବିଶ୍ୱରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ପିମ୍ଫୁଡି ରୁଖା ଚଢିଗଲେ ଭାବେ ପାହାଡ ଚଢିଗଲା ଭଳି, ଓଡିଶାରେ ଏମିତି ବି ଲୋକ ଅଛନ୍ତି ଯିଏ ଧନ କମ୍ ଠାରୁ ଗପନ୍ତି ଅଧିକ, କିନ୍ତୁ ଅଚ୍ୟୁତ ସାମନ୍ତ ଏମିତି ଜଣେ ମଣିଷ ତାଙ୍କ ପାଖରେ ଅହଂକାର ବୋଲି କିଛି ନାହିଁ, ଏହି ଦେଖୁନାହାନ୍ତି, ଖାଇବା ପାଇଁ ଲୋକେ କିଛି ଭଲ ସ୍ଥାନ ଖୋଜନ୍ତି, ସେ କିନ୍ତୁ ଖୋଜନ୍ତି ନାହିଁ, ଯେଉଁଠି ତାଙ୍କୁ ଖାଇବାକୁ ମିଳେ ,ସେ ଖୁସିରେ ଖୁସିରେ ଖାଇଦିଅନ୍ତି । ଏବେ ସୋସିଆଲ ମିଡିଆରେ ତାଙ୍କ ଖାଇବା ବେଳର ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ସେ ଏକ ନିଛାଟିଆ ସ୍ଥାନରେ ବସି ପ୍ରକୃତିକୁ ଅନୁଭବ କରି ଖାଦ୍ୟ ଖାଉଛନ୍ତି । ସେ ଏହା ବୁଝାଇ ଦେଇଛନ୍ତି ଯେ, ମଣିଷ ପାଖରେ ଧନ ନୁହେଁ ଭଲ ହୃନ୍ଦୟ ଥିବା ଦରକାର ।