ବସ୍ତା/ଅଜିତ ସାହୁ: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ କରୁଆ ପଞ୍ଚାୟତ କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟ ବେଲଦାଣ୍ଡିଆ ପକ୍ଷରୁ ନବାଗତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ଅଧ୍ୟାପକ ଡକ୍ତର ଧରଣୀଧର ଘୋଷ ପରିଚାଳନା କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ସୁଲଗ୍ନା ଶିକ୍ଷା ପ୍ରତିଷ୍ଠାନ ପରିଚାଳନା ନିର୍ଦ୍ଦେଶକ ତଥା ବିଶିଷ୍ଟ ସମାଜସେବୀ ଘନଶ୍ୟାମ ବିଶ୍ଵାଳ ଯୋଗ ଦେଇଥିବା ବେଳେ ,ମୁଖ୍ୟ ବକ୍ତା ଭାବେ ଏଲ୍ଏନ୍ କେଲେଜ ଜାମଶୁଳି ଅବସର ପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦେ ଓ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ସାଂସଦ ଙ୍କ ପ୍ରତିନିଧି ପ୍ରଦିପ କୁମାର ପଣ୍ଡା, ଜିଲ୍ଲା ଓଷ୍ଟାର ସଭାପତି ବିଜୟ କୁମାର ପାତ୍ର ,ଅବସର ପ୍ରାପ୍ତ ଶିକ୍ଷାବିତ୍ ଶ୍ରୀପତି ଚରଣ ପାତ୍ର, ରମେଶ ଚନ୍ଦ୍ର ନାୟକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ କାମିଳା ପ୍ରମୁଖ ଯୋଗ ଦେଇ ବଡ଼ ମଣିଷ ହେବା ସହିତ ଭଲ ମଣିଷ ହେବାକୁ ଆହ୍ବାନ ଦେଇଥିଲେ। ଏଥି ପାଇଁ ଶିକ୍ଷା ସହିତ ସଂସ୍କାର, ସଂଜମତା ନିହାତି ଆବଶ୍ୟକ, ହେଲେ ଯାଇ ନିଶ୍ଚିତ ସିଦ୍ଧି ପ୍ରାପ୍ତ ହେବ ବୋଲି ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଆହ୍ବାନ ଦେଇଥିଲେ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରଧାନ ଶିକ୍ଷକ ଅଭିରାମ କାମିଳା ଶିକ୍ଷାବିତ୍ ଘନଶ୍ୟାମ ବିଶ୍ୱାଳ ଙ୍କୁ ସମାଜସେବୀ ପ୍ରତିଭାରେ ସମ୍ମାନିତ କରିଥିବା ବେଳେ, ନବାଗତ ପିଲାଙ୍କୁ ଫୁଲ ଚନ୍ଦନ ଓ ପାଠ୍ୟ ସାମଗ୍ରୀ ବଣ୍ଟନ କରି ସ୍ବାଗତ କରିବା ସହିତ ମେଧାବୀ ପିଲାଙ୍କୁ ପୁରସ୍କୃତ କରି ଉତ୍ସାହିତ କରାଯାଇଥିବା ବେଳେ ,ଶିକ୍ଷକ ତ୍ରିଲୋଚନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।