ପୁରୀ/ସଞ୍ଜୟ ମହାପାତ୍ର: କେବଳ ପୁରୀ ସହର ନୁହେଁ ବଡଦାଣ୍ଡରେ ମଧ୍ୟ ଦିନଦିପହରେ ବୁଲୁଛନ୍ତି ବିଲୁଆ। ଯାହା ଭକ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଆଜି ଦିନ ଗୋଟାଏ ସମୟରେ ବିଲୁଆ ପାଇଁ ବଡଦାଣ୍ଡରେ ଘଟିଥିଲା ଅଭାବନୀୟ ଘଟଣା। ମାଉସୀ ମାଆଙ୍କ ମନ୍ଦିର ପଛପଟେ ରହୁଥିବା ଏକ ବିଲୁଆ ହଠାତ ବିଲୁଆଟି ବଡଦାଣ୍ଡକୁ ତିବ୍ର ବେଗରେ ଅତିକ୍ରମ କରିଥିଲା। ଫଳରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ସ୍ଥାନୀୟ ବ୍ୟବସାୟୀ ମାନେ ତାଙ୍କୁ ଉଠାଇ ମେଡିକାଲ ପଠାଇଥିଲେ। ତେବେ କେବଳ ଶୃଗାଳ ନୁହେଁ ବିଭିନ୍ନ ବନ୍ୟଯନ୍ତୁ ମଧ୍ୟ ସହର ମୁହାଁ ହେଲେଣି। ବାରାହା ଓ ବିଶାକ୍ତ ସାପ ଭୟ ମଧ୍ୟ ପୁରୀବାସୀଙ୍କୁ ଅତିଷ୍ଟ କଲାଣି।