ହରିଚନ୍ଦନପୁର(ପରେଶ କୁମାର ସେଠୀ):କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ଧଗୋଠ ଗ୍ରାମରେ ପେଟ୍ରୋଲ ଢ଼ାଳି ସ୍ବାମୀ ସ୍ତ୍ରୀଙ୍କୁ ଜିଅନ୍ତା ଜାଳିବା ଘଟଣାରେ ଆଜି ସ୍ତ୍ରୀ ଜୟନ୍ତୀ ଖଟୁଆ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ ପରିବାରର ସମସ୍ତ କବାଟର ବାହାର ପଟୁ ତାଲା ପକାଇ ନିର୍ଦ୍ଧିଷ୍ଟ ଉଗ୍ରସେନ ପଲେଇ ଓ ସ୍ତ୍ରୀ ଜୟନ୍ତୀ ଖଟୁଆ ଶୋଇଥିବା ଘରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିଲା । ନିଆଁରେ ପୋଡ଼ି ଉଭୟ ଗୁରୁତର ହୋଇଥିଲେ ।
ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଯୋଗଦେଇଥିବା ବେଳେ ଆଜି ସକାଳେ ସ୍ତ୍ରୀ ଜୟନ୍ତି ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି ଲୋମଟାଙ୍କୁର ଘଟଣା ପଛରେ ପୂର୍ବତନ ପ୍ରେମିକାର ଏକପାଖିଆ ପ୍ରେମବ୍ୟାପାର ଥିବା ଯୋଗୁଁ ପ୍ରତିଶୋଧ ପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି । ଶବ ବ୍ୟବଚ୍ଛେଦ ପରେ ଶରୀରକୁ ପୋଲିସ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ହରିଚନ୍ଦନପୁର ପୋଲିରର ଏକ ଟିମ ଉକ୍ତ ଘଟଣାରେ କଟକ ଯାଇଥିବାର ଜଣାପଡିଛି । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଥିବା ଜଣାପଡିଛି ।