ମନ୍ଦିର ଭିତରେ ମହିଳାଙ୍କୁ ଦୁଷ୍କର୍ମ କଲେ ପୂଜାରୀ

0

ରିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ବାଙ୍ଗାଲୋରରେ ମନ୍ଦିର ଭିତରେ ପୂଜା କରିବା ବଦଳରେ ଦୁଇ ପୂଜାରୀ କଲେ ଘୃଣ୍ୟ କାମ । ରିଷ୍ଟ ଖଣ୍ଡନ କରିବେ ବୋଲି ପୂଜା କରିବେ ବୋଲି ଡାକି କଲେ ଦୁଷ୍କର୍ମ । ଏନେଇ ବାଙ୍ଗାଲୋରର ଏକ ଥାନାରେ ଜଣେ ମହିଳା ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଦୁଇ ପୂଜାରୀଙ୍କ ଉପରେ ଗୋଟିଏ ଗୋଟିଏ ଲୁକ ଆଉଟ ସର୍କୁଲାର ଜାରି କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ତାଙ୍କ ପ୍ରତି ଧିରେ ଧିରେ ବିମୁଖ ହୋଇ ଯାଉଥିଲେ । ସେଥି ପାଇଁ ପରିବାରଲୋକ ତାଙ୍କୁ ଉକ୍ତ ମନ୍ଦିରରେ ତାଙ୍କୁ ପୂଜାର୍ଚ୍ଚନା କରିବା ପାଇଁ କହିଥିଲେ । ସେ ପରିବାର ଲୋକଙ୍କ କଥା ଅନୁସାରେ ଗତ ୧୦ ତାରିଖ ଦିନ ମନ୍ଦିରକୁ ଯାଇଥିଲେ । ରିଷ୍ଟ ଖଣ୍ଡନ ପାଇଁ ପୂଜାରି ତାଙ୍କୁ ଏକା ବସି ପୂଜା କରିବା ପାଇଁ କହିଥିଲେ । ପରେ ପୂଜା ବାହାନାରେ ଦୁଇ ପୂଜାରୀ ତାଙ୍କୁ ଦୁଷ୍କର୍ମ କରିଥିଲେ ।