ହରିୟାଣା: ପୋଲିସ ଷ୍ଟେସନକୁ ଅଭିଯୋଗ ପଞ୍ଜିକରଣ କରିବାକୁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ । ଏଭଳି ଘଟଣା ଘଟିଛି ହରିୟାଣାର ପଲବଲ ଅଞ୍ଚଳରେ । ଜୁଲାଇ ୨୩ରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଯାଇଥିବାବେଳେ ଏପରି କୁକର୍ମ ଘଟାଇଛନ୍ତି ଦୁଷ୍କର୍ମକାରୀ ସବ-ଇନ୍ସପେକ୍ଟର ଶିବ ଚରଣଙ୍କ ସହଯୋଗୀମାନେ । ଅଭିଯୁକ୍ତ ଜଣକ ତାଙ୍କୁ ଏକ ଘରେ ତିନି ଦିନ ଧରି ରଖିଥିଲେ । ଯେଉଁଠାରେ ସେମାନେ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ। ପରେ ସେମାନେ ଉକ୍ତ ମହିଳାଙ୍କୁ ଅନ୍ୟ ପୁରୁଷଙ୍କ ନିକଟରେ ବିକ୍ରୟ କରିଥିବା ଅଭିଯୋଗ ହୋଇଥିଲା ।
ପୀଡିତା ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ନେଇ ହସନପୁର ପୁଲିସ ଷ୍ଟେସନ ଯାଇଥିଲେ । ସେଠାରେ ତାଙ୍କର ଭେଟ ସବଇନ୍ସପେକ୍ଟରଙ୍କ ସହ ହୋଇଥିଲା । ମହିଳାଙ୍କ ଅଭିଯୋଗ ଶୁଣିବା ପରେ ମାମଲା ଦାଏର କରିବା ବଦଳରେ ସବଇନ୍ସପେକ୍ଟର ମହିଳାଙ୍କୁ ତାଙ୍କର ଜଣେ ସାଙ୍ଗ ସହ ଅନ୍ୟ ସ୍ଥାନକୁ ଯିବାକୁ ବାଧ୍ୟ କରିଥିଲେ । ଯେଉଁଠାରେ ସବଇନ୍ସପେକ୍ଟରଙ୍କ ୩ଜଣ ସାଙ୍ଗ ଥିଲେ । ସେଠାରେ ସେମାନେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏବଂ ଅନଲାଇନରେ ଭିଡିଓଗୁଡ଼ିକୁ ପ୍ରସାରଣ କରିବାକୁ ଧମକ ଦେଇ ସେଠାରୁ ମହିଳାଙ୍କୁ ନେଇ ଅନ୍ୟଜଣେ ମହିଳାଙ୍କ ଘରେ ଲଗାତାର ୩ ଦିନ ଯାଏଁ ରଖି ଗଣଦୁଷ୍କର୍ମ କରିଥିଲେ ଦୁଷ୍କର୍ମକାରୀ । ପରେ ମହିଳାଙ୍କୁ ଆଉ ଜଣେ ଦଲାଲକୁ ବିକି ଦେଇଥିଲେ ସେମାନେ। ସେଠାରେ ଦଲାଲ ଓ ତାର ଜଣେ ସମ୍ପର୍କୀୟ ମିଶି ଖୋଦ ଇନ୍ସିପେକ୍ଟରଙ୍କ ଉପସ୍ଥିତିରେ ବଳାକ୍ରାର କରିଥିଲେ ।
ହେଲେ ସେଠାରେ ଜଣେ ଅଭିଯୁକ୍ତ ନିଜ ଫୋନ ଛାଡିଯାଇଥିବା ସମୟରେ ମହିଳା ଜଣକ ସେଥିରୁ ପୁଲିସକୁ ଫୋନ କରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହ ଜଣକୁ ଗିରଫ କରିଛି । ତେବେ ଏହି ଘଟଣାରେ ସବ୍-ଇନ୍ସପେକ୍ଟରଙ୍କ ସମେତ ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।
ସେପଟେ ପୋଲିସ ମହିଳାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରି ଘଟଣାର ତଦନ୍ତ କରୁଛି।