ଭୁବନେଶ୍ୱର;ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ଲଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଘଟିଛି ଘଟଣା । ମୃତକ ଜଣକ ହେଲେ ଜେ କେ.ମିଲନ. ଦୀର୍ଘଦିନ ହେବ ଚିନ୍ତାମଣିଶ୍ୱର ଜେନା କଲୋନୀରେ ରହୁଥିଲେ । ଘଟଣା ସ୍ଥଳରେ ଲଷ୍ମୀସାଗର ଥାନା ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାଅନୁସାରେ. ମିଲନଙ୍କ ଘର ବାଙ୍କୀ ଅଂଚଳରେ । ସେ ସାକ୍ଷୀଗୋପାଳ ଅଞ୍ଚଳରେ ବିବାହ କରିଥିଲେ । ତେବେ ଦୁଇ ଦିନ ହେବ ଘର କବାଟ ଦିଆହୋଇଥିଲା । ଘରୁ ଦୁଗର୍ନ୍ଧ ହେବାରୁ ପଡିଶା ଲୋକଙ୍କ ସନ୍ଦେହ ହୋଇଥିଲା । ଫଳରେ ପୋଲିସ ସହାୟତାରେ ଘର କବାଟ ଭଙ୍ଗାଯିବ ପରେ ମିଲନଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।