ଯାଜପୁର : ଧର୍ମଶାଳା ବ୍ଲକ ଅଧୀନ ଧର୍ମଶାଳା ବଳିଷ୍ଠ ହେଉଛି ଧର୍ମଶାଳା ବିକାଶ ପରିଷଦ, ସଂଗଠନ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ସାମିଲ ହେଉଛନ୍ତି ଅଞ୍ଚଳର ଶହ ଶହ ଯୁବକ । ଏହି ସଂଗଠନ ଗତ ୨୦୦୨ ମସିହାରେ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅଳ୍ପ ସଂଖ୍ୟକ ସଦସ୍ୟଙ୍କୁ ନେଇ ଗଢିଉଠିଥିଲା । ସେବେଠୁ ଆଜିଯାଏ ସଂଗଠନର ଗୁରୁ ଦାୟିତ୍ଵ ତୁଲାଇ ଆସୁଛନ୍ତି ଶ୍ରୀଯୁକ୍ତ ସାହୁ । ସଙ୍ଗଠନରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ପ୍ରତ୍ୟକ କ୍ଷେତ୍ରରେ ସାହାଯ୍ୟର ହାତ ବଢାଇଛନ୍ତି ସଭାପତି ଶ୍ରୀଯୁକ୍ତ ସାହୁ । କେବଳ ସେତିକି ନୁହେଁ, କୌଣସି ସଦସ୍ୟଙ୍କର ଯଦି କିଛି ଅସୁବିଧା ହୁଏ ତେବେ ସେହି ସମୟରେ ପ୍ରଥମ ବିକାଶ ପରିଷଦର କର୍ମକର୍ତ୍ତା ଘଟଣା ସ୍ଥଳରେ ପହଂଚି ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି । ଗତ କିଛିଦିନ ଧରି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକଟି ଜୋନରେ ଏକ ବନ୍ଧୁମିଳନ କାର୍ୟ୍ୟକ୍ରମ ଜରିଆରେ ଅନେକ୍ ଯୁବବର୍ଗଙ୍କୁ ଏକତ୍ରୀତ କରି ଧର୍ମଶାଳାର ବିକାଶ ଦିଗରେ ଅବଗତ କରାଇବା ସହ ବିକାଶ ପରିଷଦକୁ ଆହୁରି ମଜବୁତ୍ କରିବାକୁ ଯୁବବର୍ଗଙ୍କୁ ଆହ୍ଵାନ ଦେଇଛନ୍ତି ସଭାପତି ।
ସଂଗଠନରେ ଦୁଇହଜାରରୁ ଉର୍ଦ୍ଧ ଯୁବକ, ଛାତ୍ର ଓ ବରିଷ୍ଠ ସଦସ୍ୟତା ଗ୍ରହଣ କରିଥିବା ବେଳେ ଆଜି ନୂତନ କରି ମହିଳା ଶାଖା ମାତୃଶକ୍ତି ନାମରେ ନାରୀ ସଶକ୍ତିକରଣ ନିମନ୍ତେ ମା ମାନଙ୍କୁ ସଂଗଠନରେ ସାମିଲ କରିବାକୁ ମହିଳା ଶାଖା ମାତୃଶକ୍ତି ନାମରେ ଏକ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ସଭାପତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ କରି ଧର୍ମଶାଳା ବ୍ଲକ ପନ୍ଦର ନମ୍ବର ଜୋନ ଉତ୍ତରପ୍ରତାପ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଧର୍ମଶାଳା ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ସଭାପତିତ୍ଵ କରିଥିବା ବେଳେ ଯୁବ ସାମ୍ବାଦିକ ରଞ୍ଜନ କୁମାର ଓଝା ସଭା ପରିଚାଳନା କରିଥିଲେ । ଜୋନର ସମସ୍ତ ପଞ୍ଚାୟତରୁ ପାଞ୍ଚଶହରୁ ଅଧିକ ମହିଳା ଯୋଗଦେବା ସହ ନିଜ ସ୍ଵଇଚ୍ଛାରେ ଧର୍ମଶାଳା ବିକାଶ ପରିଷଦରେ ନୂତନ ସଦସ୍ୟତା ଗ୍ରହଣ କରିଥିଲେ । ଆଗାମୀ ଦିନରେ ବିକାଶ ପରିଷଦ ପକ୍ଷରୁ ହେବାକୁ ଥିବା ସମସ୍ତ କାର୍ୟ୍ୟରେ ନିଜକୁ ସାମିଲ କରିବେ ବୋଲି ସଦସ୍ୟତା ଗ୍ରହଣ କରିଥିବା ମହିଳା ମାନେ ପ୍ରତିଶ୍ରୁତି ଦେଇଥିଲେ ଅନ୍ୟପକ୍ଷେ ବିକାଶ ପରିଷଦର ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ଜେନା, ସୁବ୍ରତ ଦାସ, ପ୍ରତାପ ଦାସ, ଉଦିତ୍ ମହାନ୍ତି, ରଞ୍ଜନସାହୁ,ଇନ୍ଦ୍ରଜିତ୍ ତରାଇ ଓ ସିପୁ ସାହୁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ନାରୀନେତ୍ରୀ ମାମିନା ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ ।