କାର୍ଯ୍ୟକାରିଣୀ ସମ୍ମୀଳନୀ ବାଳକାଟୀ ମତ୍ସ ଜେଟି ପରିସରରେ ଅନୁଷ୍ଠିତ

0

କେନ୍ଦ୍ରାପଡା : ଆଳି ବ୍ଲକ ଯାଦବ ମହାସଭାର ଏକ କାର୍ୟ୍ୟକାରିଣୀ ବୈଠକ ଓ ସାମ୍ବିଧାନିକ ସମ୍ମିଳନୀ ବାଳକାଟୀ ମତ୍ସ ଜେଟି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ କେଶବ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆଳି ବ୍ଲକର ୩୪ ପଞ୍ଚାୟତର ସମସ୍ତ ଯାଦବ ସଂଘ କର୍ମକର୍ତ୍ତା,ପୂର୍ବତନ ବ୍ଲକ କର୍ମକର୍ତ୍ତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଯାଦବ ମହାସଭାର ସଭାପତି କୁଳମଣି ଦାସ,କେନ୍ଦ୍ରାପଡ଼ା ଜିଲ୍ଲା ଉପଦେଷ୍ଟା ଚୌଧୁରୀ ରମାକାନ୍ତ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପଲାଇ, ଉପସଭାପତି ମନୋଜ କୁମାର ପରିଡା, ଚିନ୍ମୟ ଦାସ ,ବିଶି କେଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଆଳି ବ୍ଲକରେ ଯାଦବ ମକ୍ଷନକୁ ଏକତ୍ରିତ କରିବା,ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ସହଯୋଗର ହାତ ବଢେଇବା ଏବଂ ଜାତିଭିତିକ ଜନଗଣନା କରିବା ବିଷୟରେ ବ୍ୟାପକ ଆଲୋଚନା ପରେ ବ୍ଲକର ନୂତନ କର୍ମକର୍ତା ମନୋନୟନ କରାଯାଇଥିଲା । ଏହି ଅବସରରେ ନିଟ ପାଇ ମେଡିକାଲ ପାଠ୍ୟ କ୍ରମ ରେ ନାମ ଲେଖାଇ ଥିବା ଯାଦବ ପରିବାର ର କନ୍ୟା ରାନିକା ବେହେରା ଙ୍କୁ ମହାସଭା ପକ୍ଷରୁ ମାନପତ୍ର, ପୁଷ୍ପଗୁଛ, ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା  ।