ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ

0

ଭୁବନେଶ୍ୱର: ଆନାକୋଣ୍ଡାକୁ ଝୁରୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଚାଲିଗଲା ଏକ ୧୪ ମାସର ଆନାକୋଣ୍ଡା ସାପର ଜୀବନ । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୪୬ ନଂ ୱାଡରେ ରହୁଥିବା ୧୦ଟଇ ଆନାକୋଣ୍ଡା ମଧ୍ୟରୁ ଗୋଟିଲ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ବର୍ତ୍ତମାନ ପ୍ରାଣି ଉଦ୍ୟାନରେ ଆଉ ୯ଟି ଆନାକୋଣ୍ଡା ରହିଥିବା କୁହାଯାଉଛି । ନନ୍ଦନକାନନ ପ୍ରାଣି ଉଦ୍ୟାନ କର୍ତ୍ତୃ ପକ୍ଷଙ୍କ ସୂଚନା ଅନୁଯାୟୀ, କିଛିଦିନ ହେବ ଆନାକୋଣ୍ଡାଟି ଅସୁସ୍ଥ ହୋଇପଡିଥିଲା । ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ କିନ୍ତୁ ଗତ କାଲି ଠାରୁ ସେ ଖାଦ୍ୟ ଗ୍ରହଣ କରୁ ନ ଥିଲା । ତା ସହିତ ବୁଲାବୁଲି କରି ନ ପାରି ଗୋଟିଏ ଯାଗରେ ପଡି ରହିଥିଲା । ତେବେ ଆଜି ସକାଳେ ତାର ମୃତ୍ୟୁ ହୋଇଥିବା ପ୍ରଣି ଉଦ୍ୟାନର କର୍ତ୍ତୃ ପକ୍ଷ ସୂଚନା ଦେଇଛନ୍ତି । ତେବେ ୨୦୧୯ ମସିହା ଅକ୍ଟୋବର ୧୯ ତାରିଖରେ ଚେନ୍ନାଇର ମାଡ୍ରାସର କୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ଉପହାରରେ ୮ଟି ହଳଦିଆ ରଙ୍ଗର ଆନାକୋଣ୍ଡା ନନ୍ଦନକାପକୁ ଆସିଥିଲା ।