ଚଳନ୍ତା ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ

0

ଟାଙ୍ଗି / ରାକେଶ  କୁମାର  ଜଗଦେବ  : ଚଳନ୍ତା  ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ ।  ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।  ମୃତ ଯୁବକଙ୍କ ବୟସ 28 ରୁ 39 ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।  ଖବର ପାଇ ନିରାକାର ପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତ ଯୁବକର ଶବ୍ଦ କୁ ଜବତ କରି ତଦନ୍ତ କରୁଛି ।  ଘଟଣା ଘଟିଛି   ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ଭୂଷଣ୍ଡ ପୁର ରେଳ ଷ୍ଟେସନ ନିକଟରେ । ଯୁବକ ଜଣକ  ଭୁବନେଶ୍ୱର  ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ରେ ଭୁବନେଶ୍ୱର ରୁ ବାଲୁଗାଁ ଅଭିମୁଖେ ଆସୁଥିଲେ ।  ତେବେ ଅକସ୍ମାତ ଭୂଷଣ୍ଡ ପୁର ଷ୍ଟେସନ ନିକଟରେ ଚଳନ୍ତା  ଟ୍ରେନ ରୁ ଖସିପଡି ପ୍ରାଣ ହରାଇଛନ୍ତି ।  ଏନେଇ ରେଳବାଇ ପୋଲିସ ତଦନ୍ତ ଜାରି ରଖିଛି ।