ଗଞ୍ଜାମ (ରଜନୀକାନ୍ତ ପାତ୍ର );-ଗଞ୍ଜାମ ଜିଲ୍ଲା ବରାହ ଶିକାର କରିବାକୁ ବିଲ ରେ ବିଛାଯାଇଥିବା କରେଣ୍ଟ ତାରରେ ଲାଗି ଜଣେ ଯୁବକ ମୃତ ଘଟିଥିବା ଜଣା ପଡ଼ିଛି। ଗଞ୍ଜାମ ଜିଲ୍ଲା ତାରସିଙ୍ଗି ଥାନା ଅନ୍ତର୍ଗତ ସିତାରାମପୁର ଜଙ୍ଗଲରେ ଏପରି ଏକ ଘଟଣା ଘଟିଛି । ଆଜି ସକାଳୁ 3 ରୁ ଉର୍ଦ୍ଧ ଯୁବକ ନିକଟରେ ଥିବା ଜଙ୍ଗଲରେ ବରାହ ଶିକାର କରିବା ପାଇଁ ଯାଇଥିଲେ ବିଲ ରେ 11kv ତାର ଲଗାଇଥିଲେ । ହେଲେ କୌଣସି କାରଣରୁ ସୁରଥ ପ୍ରଧାନ ସେହି ବିଛା ଯାଇଥିବା ତାରରେ ଲାଗିଯାଇଥିଲେ ଅନ୍ୟ ଦୁଇ ଜଣ ଘଟଣା ଦେଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରୁଥିବା ଜଣା ପଡ଼ିଛି।