ପାରିବାରିକ କଳହରୁ ଗାଁ ନିକଟ ବିଲ ମଝିରେ ଝୁଲି ପଡିଲେ ଯୁବକ

0

ସୁବର୍ଣ୍ଣପୁର୍ : ସୁବର୍ଣ୍ଣପୁର୍ ଜିଲ୍ଲା ଉଲୁଣ୍ଡା ବ୍ଲକ ଉଦେପଦର ଗାଁ  ନିକଟ ବିଲ ମଝିରେ ଜଣେ ଯୁବକଙ୍କ ର ଝୁଲନ୍ତା ମୃତଦେହ ଦେଖିବାକୁ ମିଲିଛି । ମୃତ ଯୁବକ ଜନକ ହେଲେ ଖମସିରିପାଲି ର ଶିବସଙ୍କର ବିଶ୍ବାଲ । ଶିବସଙ୍କର ବିଶ୍ବାସ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେପଦର ଗ୍ରାମରେ ବିବାହ କରିଥିବା ଜଣାପଡିଛି । ଗତ ସନ୍ଧ୍ୟାରେ ତାଙ୍କ ସ୍ତ୍ରୀ ସହ କିଛି ଝଗଡା ହୋଇଥିଲା ତା ପରେ ସେ ରାତିରେ ଘରୁ ବାହାରି ଚାଲିଯାଇଥିଲେ ପରେ ଉଦେପଦର ଗ୍ରାମର ବିଲ ମଝିରେ ଏକ ଗଛରେ ଯୁବକ ଜଣକ ଝୁଲୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।ପରେ ସେଠାକୁ ପୋଲିସ ପହଞ୍ଚି ଯୁବକ ଜଣକ ଆତ୍ମହତ୍ଯା କରିଥିବା ଜାଣି ମୃତ ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।