ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଜମିରେ ଯୁବକଙ୍କୁ ହତ୍ୟା । ଜମିକୁ ପାଣି ମଡାଇବାକୁ ଯାଇଥିବା ବେଳେ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କୁଶରାବ ଗାଁରେ । ତେବେ ମୃତ ଯୁବକ ଜଣଙ୍କ ସେହି ଗ୍ରାମର ପଞ୍ଚୁ ଗୌଡ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ଜମିରେ ପାଣି ମଡାଇବାକୁ ଯାଇଥିବା ବେଳେ ତାଙ୍କୁ ପିଟିପିଟି ମାରିଦିଆଯାଇଛି । ତେବେ ପଞ୍ଚୁ ଗୌଡଙ୍କୁ କିଏ ଓ କାହିକି ମାରିଲା କାରଣ ଅସ୍ପଷ୍ଟ । ଖବର ପାଇ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।