ଭୁବନେଶ୍ବର-: ପୁଣି ରାଜଧାନୀରେ ଲଜ୍ୟା । ବଡ଼ଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ବ୍ଲାକମେଲ୍ କରି ମାଆ ଓ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଏନେଇ ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଉଭୟ ମା’ ଓ ଝିଅଙ୍କ ଅଶ୍ଳୀଳ ଫଟୋ ଉଠାଇ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବରଗଡ଼ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳର ସରୋଜ କୁମାର ବେହେରା ଓରଫ ରବି (୨୨) ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ପୀଡିତା ମହିଳା ଜଣକ ପରିବାର ସହ ବଡଗଡ ଥାନା ଅଞ୍ଚଳରେ ରହୁଛନ୍ତି । ଅଭିଯୁକ୍ତ ରବି ତାଙ୍କ ପଡ଼ୋଶୀଙ୍କ ଘରେ କାମ କରୁଥିବା ବେଳେ ମହିଳାଙ୍କ ସହ ପରିଚିତ ହୋଇଥିଲା । ପରେ ରବି ପିଡ଼ୀତା ଓ ତାଙ୍କ ଝିଅଙ୍କ ଉପରେ କାମୁକ ଦୃଷ୍ଟି ପକାଇ ମା’, ଝିଅ ବାଥୁରମ୍ରେ ଗାଧୋଇବା ବେଳେ କୌଶଳ କରି ମୋବାଇଲରେ ଫଟୋ ଓ ଭିଡିଓ ଶୁଟ୍ କରିଥିଲା । ଏବଂ ସେଇ ଫଟୋ ଓ ଭିଡିଓକୁ ଆଧାର କରି ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା । ସେସବୁକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ଦେଇ ମା’ ଓ ଝିଅଙ୍କ ସହ ଏକାଧିକଥର ବଳାତ୍କାର କରିଥିଲା । ମହିଳାଙ୍କ ସ୍ବାମୀ କାମ କରିବାକୁ ବାହାରକୁ ଯାଇଥିବା ବେଳେ ରବି ଏହି କାମ କରୁଥିଲା ।
ଲୋକଲଜ୍ଜା ପାଇଁ ମହିଳା ଓ ତାଙ୍କ ଝିଅ କାହାରିକି କିଛି କହିପାରୁନଥିବା ବେଳେ ଅଭିଯୁକ୍ତ ରବିକୁ ପ୍ରତିବାଦ କଲେ ମା ଓ ଝିଅଙ୍କୁ ଅଧିକାଂଶ ସମୟରେ ଗାଳିଗୁଲଜ କରିବା ସହ ନାନା ଧମକ ଦେଉଥିଲେ । ପରେ ରବି ଉକ୍ତ ଫଟୋ ଓ ଭିଡିଓକୁ ପିଡ଼ୀତା ଏବଂ ତାଙ୍କ ସ୍ବାମୀଙ୍କ ପାଖକୁ ପଠାଇ ଦେଇଥିଲେ । ସ୍ବାମୀ ଏହା ଦେଖି ପଚାରିବାରୁ ଘଟଣା ବିଷୟରେ ନିଜ ପତ୍ନୀଙ୍କଠୁ ରବିଙ୍କ କଳା କାରନାମା ବିଷୟରେ ଜାଣିବାକୁ ପାଇଥିଲ । ଏନେଇ ପୀଡିତା ମହିଳା ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ତେବେ ରବି ନାଁରେ ପୂର୍ବରୁ ଯାଜପୁର ଥାନାରେ ଏକ ମାମଲା ରହିଥିବା ପୋଲିସ କହିଛି ।