ପ୍ରେମରେ ବିଫଳ ହୋଇ ତଣ୍ଟି କାଟିଲେ ଯୁବକ

0

(ଅନୁସ୍ୱୟା)ଭୁବନେଶ୍ୱର: ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି । ପ୍ରେମରେ ବିଫଳ ହୋଇ ଯୁବକ ଜଣଙ୍କ ବ୍ଲେଡ଼ରେ ନିଜ ତଣ୍ଟି କାଟିଥିବା ଜଣାପଡ଼ିଛି ।
କେନ୍ଦ୍ରାପଡ଼ାର ଜଣେ ଯୁବକ ଜଣେ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଯୁବକଜଣକ ଯୁବତୀଙ୍କୁ ଡାକି ନିଜ ପ୍ରେମ ନିବେଦନ କରି ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ।କିନ୍ତୁ ବିବାହ ପାଇଁ ଝିଅଟି ମନା କରିଦେଇଥିବାରୁ ଯୁବକଜଣକ ଏକ ବ୍ଲେଡ଼ରେ ନିଜ ତଣ୍ଟି କାଟି ଦେଇଥିଲେ । ଫଳରେ ଯୁବକ ଗୁରୁତର ହୋଇପଡ଼ିଥିଲେ ଏବଂ ତାଙ୍କୁ ନିକଟସ୍ଥ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ସଂକଟାପର୍ଣ୍ଣ ହେବାରୁ ଯୁବକଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
କିନ୍ତୁ ଯୁବକ ଓ ଯୁବତୀ ଉଭୟ ପରିବାର ପକ୍ଷରୁ ମର୍ଶାଘାଇ ଥାନାରେ ଭିନ୍ନ ଭିନ୍ନ ଅଭିଯୋଗ ଦିଆଯାଇଛି । ଯୁବକ ଜଣକ ବାରମ୍ବାର ପ୍ରେମ ନିବେଦନ କରି ଯୁବତୀଙ୍କୁ ହଇରାଣ କରୁଥିବା ଝିଅଘର ଲୋକେ ଏତଲା ଦେଇଥିବା ବେଳେ ଝିଅର ଭୁଲ କାରଣ ପାଇଁ ପୁଅ ତଣ୍ଟି କାଟିଥିବା ଯୁବକଙ୍କ ପରିବାର ପକ୍ଷରୁ ଅଭିଯୋଗ ଦିଆଯାଇଛି ।