ଖଡ଼କପୁରରେ ଜଣେ ଯୁବକ ନିଖୋଜ, ହସ୍ପିଟାରୁ କେଉଁଆଡେ ଚାଲି ଯାଇଛନ୍ତି

0

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳର ଖଡ଼କପୁର ଗ୍ରାମର ଜଣେ ଯୁବକ କେଉଁ ଆଡ଼େ ନିଖୋଜ ହୋଇ ଯାଇଛନ୍ତି । ତାଙ୍କ ନାଁ ସିଦ୍ଧେଶ ନାୟକ । ବିଗତ ୧୭.୦୯.୨୦୨୩ ତାରିଖ ଦିନ ଠାରୁ ନିଖୋଜ ଅଛନ୍ତି ସିଦ୍ଧେଶ ନାୟକ । ତାଙ୍କ ଶରୀର ଅସୁସ୍ଥ ଥିବା ରୁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡ଼ିକାଲ ରୁ ସକାଳେ ନିଖୋଜ ଅଛନ୍ତି। ସେ ହାପ ପ୍ୟାଣ୍ଟ ଏବଂ କଳା ରଙ୍ଗର ବସ୍ତ୍ର ପିନ୍ଧିଥିଲେ। କୌଣସି ସହୃଦୟ ବ୍ୟକ୍ତି ଯଦି ଉକ୍ତ ବ୍ୟକ୍ତିଙ୍କୁ ଖବର ପାଆନ୍ତି। ଦୟାକରି କୋରାପୁଟ ସଦର ଥାନା ଏବଂ ନନ୍ଦପୁର ଥାନାକୁ ଜଣାଇବାକୁ ଅନୁରୋଧ। ଅଥବା ଉକ୍ତ ନମ୍ବର – ୭୮୫୫୦୫୨୧୭୨,୯୪୩୮୬୨୩୭୩୨ରେ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ପାରିବେ ।