କଳାହାଣ୍ଡି: ଭବାନୀପାଟଣାରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । କେସିଙ୍ଗା ଷ୍ଟେସନ ନିକଟରେ ଯୁବକଙ୍କୁ ଛୁରାମାଡ ହୋଇଛି । ତେବେ ଯୁବକ ଜଣଙ୍କୁ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି । ଆକ୍ରମଣ କରାଯାଇଥିବା ଯୁବକ ବଗାଡ ଗାଁର ଯୁବକ ବୋଲି ଜଣାପଡିଛି । ଏବେ ତାଙ୍କୁ ଗୁରୁତର ଅବସ୍ଥାରେ କେସିଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଛୁରାମାଡ କରିଥିବା ୩ ଜଣ ଯୁବକ କେସିଙ୍ଗା ଗାଁର ବୋଲି ଜଣାପଡିଛି । ଆଉ ଏହି ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।