ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

0

ସାଲେପୁର/ତାରାକାନ୍ତ ନାୟକ: ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ଗ୍ରାମ ପଞ୍ଚାୟତରେ ଭିଜିଲାନ୍ସ ତଦନ୍ତ। ସୂଚନା ଅନୁଯାୟୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ ୨୦୧୩ରୁ ବର୍ଷ ୨୦୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଉପେକ୍ଷା କରି ବହୁ ଥିଲାଵାଲାଙ୍କୁ ଆବାସ ଗୃହ ହିତାଧିକାରୀ ଭାବେ ଚୟନ କରିବା ଏବଂ ଏହି ଯୋଜନାରେ ବହୁ ହେରଫେର ଅଭିଯୋଗରେ କଟକ ଭିଜିଲାନ୍ସରେ ଏକ କେଶ ରୁଜୁ ହୋଇଥିଲା। ଭିଜିଲାନ୍ସ କେଶ ନମ୍ବର ୬୪/୧୭ ଅନୁଯାୟୀ ସେହି ପଞ୍ଚାୟତ ତତ୍କାଳୀନ ଦୁଇ ପଞ୍ଚାୟତ ସଂପ୍ରଶାରଣ ଅଧିକାରୀ ପ୍ରସନ୍ନ ସାହୁ ଓ କୈଳାସ ଚନ୍ଦ୍ର ରାଉତଙ୍କ ନାମରେ କେଶ ରୁଜୁ ହୋଇଥିଲା। ତେବେ ଏହି ଘଟଣାରେ ଆଜି କଟକ ଭିଜିଲାନ୍ସ ପକ୍ଷରୁ ଏକ ତଦନ୍ତ ଟିମ ଏହି ପଞ୍ଚାୟତ ରେ ପହଂଚି ବିଭିନ୍ନ ହିତାଧିକାରୀ ଙ୍କ ଘରକୁ ଯାଇ ତଦନ୍ତ କରିବା ସହ ବ୍ଲକ ଅଫିସରୁ ମଧ୍ୟ ସୂଚନା ସଂଗ୍ରହ କରିଛନ୍ତି। ତେବେ ଆଗାମୀ ଦିନରେ ଯଦି ଅଯୋଗ୍ୟ ହିତାଧିକାରୀ ଥାନ୍ତି ତେବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ହେବାର ସୂଚନା ମିଳିଛି।