ଆହାର କେନ୍ଦ୍ର ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଉଦଘାଟନ କଲେ ବିଧାୟିକା ଓ ସାଂସଦ

0

 ଗଞ୍ଜାମ/ହରପ୍ରସାଦ ବିଶୋଇ: କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମାରାଥନ ଉଦଘାଟନ ସହ ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଆସିକା ସାଂସଦ ପ୍ରମିଳା ବିଷୋୟୀ । କୋଦଳା ଏନଏସି କୁ ଏକ ନୂତନ ରୂପ ଦେବା ପାଇଁ ପ୍ରୟାସ ଆରମ୍ଭ କରି ଆଉ ପାଦେ ଆଗକୁ ଯାଇ ଆଜି ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟର ଉଦଘାଟନ ସହ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଧାୟିକା । ବିଧାୟିକା ଏବଂ ସାଂସଦ ପ୍ରଥମେ ସ୍ମାର୍ଟ ସ୍ମଶାନ,ନୂତନ ପାର୍କ, ନୂତନ ଅଫିସ ଗୃହ ଏବଂ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ କୋଦଳା ଏନଏସି ପାଇଁ ଏକ ନୂତନ ଆହାର କେନ୍ଦ୍ର ର ଶୁଭ ଉଦଘାଟନ କରିବା ସହ ମାଛ ମାର୍କେଟ ଏବଂ ଶିଶୁ ଉଦ୍ୟାନ ର ଶୁଭ ଉଦଘାଟନ କରିଛନ୍ତି କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ଏବଂ ସାଂସଦ ପ୍ରମିଳା ବିଷୋୟୀ । ଉକ୍ତ ପ୍ରକଳ୍ପ ଗୁଡିକୁ କୋଦଳା ର ଜନ ସାଧାରଣଙ୍କ ଉଦେଶ୍ୟ ରେ ସମର୍ପିତ କରିବା ସହ ଭିତ୍ତି ପ୍ରସ୍ତର ହୋଇଥିବା ସମସ୍ତ ପ୍ରକଳ୍ପ ର କାର୍ୟ୍ୟ ଶୀଘ୍ର ସାରି ଲୋକଙ୍କ ଉଦେଶ୍ୟ କାର୍ୟ୍ୟକାରୀ କରିବା ପାଇଁ କହିଛନ୍ତି ବିଧାୟିକା । ଏଥିସହ ସମସ୍ତ ଙ୍କ ସହଯୋଗ ରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱ ରେ ଅଞ୍ଚଳ ବିକାଶ କାର୍ୟ୍ୟ ଜାରି ରହିବା ନେଇ ଆଲୋଚନା କରିଛନ୍ତି ବିଧାୟିକା ।