ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍’

0

ଭୁବନେଶ୍ୱର: ଓଡ଼ିଶାର ଆଉ ୮ଟି ସହରରେ ଗଡ଼ିବ ‘ଆମ ବସ୍‌’। କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)ର ୪୯ତମ ବୋର୍ଡ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଉ ୮ ସହରକୁ ଆମ ବସ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ବର ଓ ରାୟଗଡ଼ାରେ ଆମ ବସ ଗଡ଼ିବ । ଦ୍ରୁତ ଗାଡ଼ିଚାଳନା ଉପରେ ଅଙ୍କୁଶ ଲଗାଯାଇଛି । ଇଲେକ୍ଟି୍ର ବସର ବେଗ ଘଣ୍ଟା ପ୍ରତି ୩୫ କିଲୋମିଟର ରଖାଯାଇଥିବା ବେଳେ ଡିଜେଲ ବସର ଘଣ୍ଟା ପ୍ରତି ବେଗ ୪୦ କିଲୋମିଟର ରଖାଯାଇଛି । ଏଥିସହିତ ସୁରକ୍ଷିତ ଡ୍ରାଇଭିଂ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ ।

 ରାଜ୍ୟ ଉନ୍ନୟନ କମିଶନର ଏବଂ କ୍ରୁଟ ଚେୟାରମ୍ୟାନ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ରାଜ୍ୟରେ ସହରାଞ୍ଚଳ ପରିବହନକୁ ଅଧିକ ବୃଦ୍ଧି କରିବାକୁ ପ୍ରମୁଖ ରଣନୀତି ଉପରେ ଆଲୋଚନା ହୋଇଛି।  ଆହୁରି ମଧ୍ୟରେ ପ୍ରତ୍ୟେକ ସହରରେ ପାସ ବ୍ୟବସ୍ଥା।  ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା କ୍ୟାପ୍ଟେନ, ଗାଇଡ୍‌କୁ ମିଳିବ ସ୍ବୀକୃତି ଏବଂ ସମ୍ମାନ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।