ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ “ଓଡ଼ିଆ ପକ୍ଷ” ଅବସରରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଧାରଞ୍ଜନ ଦାସ ପୌରହିତ୍ୟ କରୁଥିବା ବେଳେ, ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦିଲ୍ଲୀପ ଦାସ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାସନ୍ତୀ ପୁଷ୍ଟି ଯୋଗ ଦେଇଥିଲେ ।
ଏଥିରେ ଆମର ରୁଚି ଓ ଆମର ପାରମ୍ପାରିକ ଓଡ଼ିଆ ଖାଦ୍ୟ, ଖାଦ୍ୟର ସ୍ଵାଦ ଓ ମହତ୍ତ୍ଵ ବିଷୟରେ ଆଲୋକ ପାତ କରିବା ସହିତ ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ନୃତ୍ୟ, ସଂଗୀତ, ପରମ୍ପରା ହେଉଛି ସମୃଦ୍ଧ ଏବଂ ଏହାକୁ ନେଇ ଆମେ ଗର୍ବିତ । ଏଥି ପ୍ରତି ପ୍ରତ୍ୟେକ ଓଡ଼ିଆ ଆକୃଷ୍ଟ ହେବା ସହିତ ଉତ୍ସାହ ,ଉଦ୍ଦୀପନା ସହିତ ,ବିଶ୍ୱ ଦରବାରରେ ବିଦିତ କରାଇବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ । ଏହି ଅବସରରେ ମିଶନ ଶକ୍ତି ଅଧିକାରୀ ଓ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା , ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।