ଆପ୍ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡିର ଚଢାଉ

0

ନୂଆଦିଲ୍ଲୀ:  ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢାଉ । ଇଡି ଆଜି ସକାଳୁ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡି ଚଢାଉ କରିବାକୁ ଯାଇଥିଲା । ଇଡି ଟିମ୍‌ ଓ୍ୱାକଫ ବୋର୍ଡ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ ପାଇଁ ତାଙ୍କ ଘରେ ଚଢାଉ କରିଥିଲା । ଏହି ମାମଲାରେ ଇଡି ଅଧିକାରୀ ଅମାନତୁଲ୍ଲାହଙ୍କୁ ପଚରାଉଚରା କରୁଛି । ଇଡି ଚଢାଉ କରିବାକୁ ଯାଇଥିବା ସମୟରେ ବିଧାୟକ ଅମାନତୁଲ୍ଲାହ ଘର କବାଟ ଖୋଲିନଥିଲେ । ତେଣୁ ଇଡି ଅଧିକାରୀ ତାଙ୍କ ଘର ବାହାରେ ଠିଆ ହୋଇଥିଲେ । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୋଲିସକୁ ଡକାଯାଇଛି । ୱାକଫ ବୋର୍ଡ ମାମଲାରେ ଇଡିର ଏକ ଟିମ୍ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢ଼ାଉ ପାଇଁ ଆଜି ସକାଳୁ ପହଞ୍ଚିଥିଲା ।

ଏହାକୁ ନେଇ  ଅମାନତୁଲ୍ଲା ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, “ଇଡି ମୋତେ ଗିରଫ କରିବା ପାଇଁ ମୋ ଘରେ ପହଞ୍ଚିଛନ୍ତି। ଇଡି ଦଳ ସକାଳେ ପହଞ୍ଚିବା ପରେ ତାଙ୍କୁ ବାହାରେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଏହା ପରେ ଦିଲ୍ଲୀ ପୋଲିସର ଅଧିକ ଫୋର୍ସ ଡକାଯାଇଥିଲା। ବହୁତ ସମୟ ପରେ ଇଡି ଦଳ ଫ୍ଲାଟ ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ବହୁ ସଂଖ୍ୟାରେ ଦିଲ୍ଲୀ ପୋଲିସ ଏବଂ ପାରା ମିଲିଟାରୀ କର୍ମଚାରୀ ବାହାରେ ନିୟୋଜିତ ହୋଇଛନ୍ତି।

ଅମାନାତୁଲ୍ଲା ଖାନ କହିଛନ୍ତି, ସକାଳ ୭ଟା ଏବଂ ଇଡି ଲୋକମାନେ ମୋତେ ଗିରଫ କରିବାପାଇଁ ସର୍ଚ୍ଚ ୱାରେଣ୍ଟ ନାମରେ ମୋ ଘରକୁ ଆସିଛନ୍ତି, ଚାରି ଦିନ ପୂର୍ବରୁ ମୋ ଶାଶୁଙ୍କର କର୍କଟ ରୋଗରେ ଅସ୍ତ୍ରୋପଚାର ହୋଇଛି । ସେ ମୋ ଘରେ ଅଛନ୍ତି ଏବଂ ମୁଁ ସେମାନଙ୍କ ବିଷୟରେ ମଧ୍ୟ ଇଡିକୁ ଅବଗତ କରାଇଥିଲି |

ସେ କହିଛନ୍ତି, ମୁଁ ସେମାନଙ୍କୁ ଦିଆଯାଇଥିବା ପ୍ରତ୍ୟେକ ବିଜ୍ଞପ୍ତିର ଉତ୍ତର ଦେଇଛି । ସର୍ଚ୍ଚ ୱାରେଣ୍ଟ ନାମରେ ସେମାନଙ୍କର ଲକ୍ଷ୍ୟ କେବଳ ମୋତେ ଗିରଫ କରିବା ଏବଂ ଆମର କାମ ବନ୍ଦ କରିବା  ।

 ଅମାନତୁଲ୍ଲା ଖାନ ଆହୁରି କହିଛନ୍ତି, ଗତ କିଛି ବର୍ଷ ଧରି ଏହି ଲୋକମାନେ ମୋତେ ନିରନ୍ତର ହଇରାଣ କରୁଛନ୍ତି, ନକଲି ମାମଲା ଦାଖଲ କରୁଛନ୍ତି, ପ୍ରତିଦିନ ସମସ୍ୟା ସୃଷ୍ଟି କରୁଛନ୍ତି | ସେ କହିଛନ୍ତି, ଏହା କେବଳ ମୋତେ ନୁହେଁ ସମଗ୍ର ଦଳକୁ କଷ୍ଟ ଦେଉଛି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜେଲରୁ ଆସିଛନ୍ତି ଏବଂ ସତ୍ୟେନ୍ଦ୍ର ଜେନା ଜେଲରେ ଅଛନ୍ତି ।  ବର୍ତ୍ତମାନ ସେମାନେ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଆମକୁ ଭାଙ୍ଗିବା ଏବଂ ଆମ ଦଳ ଭାଙ୍ଗିବା  ।