ଇତିହାସ ରଚିଲା ଆମ୍ ଆଦମୀ ପାର୍ଟି, ୧୦ ବର୍ଷ ମଧ୍ୟରେ ଦିଲ୍ଲୀର ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହେଲେ ଶେଲୀ ଓବରୟ
ନୂଆଦିଲ୍ଲୀ: ଦିଲ୍ଲୀରେ ଇତିହାସ ରଚିଲା ଆମ୍ ଆଦମୀ ପାର୍ଟି । ୧୦ ବର୍ଷ ମଧ୍ୟରେ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହେଲେ ଶେଲୀ | ଆମ ଆଦମୀ ପାର୍ଟିର ଶେଲୀ ଓବରୟ ବନିଲେ ଦିଲ୍ଲୀର ନୂଆ ମେୟର। ଏହି ନିର୍ବାଚନରେ ଶେଲୀଙ୍କୁ ୧୫୦ ଓ ବିଜେପି ପ୍ରାର୍ଥୀଙ୍କୁ ୧୧୬ ଭୋଟ୍ ମିଳିଛି ।
ମେୟର ନିର୍ବାଚନ ଜିତିବା ପରେ ଶେଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍, ଡେପୁଟି ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସମେତ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାଲିଠୁ ଆମେ କାମ ଆରମ୍ଭ କରିବୁ । ଖାସକରି ଅଳିଆ ଆବର୍ଜନା ଉପରେ ଅଧିକ ଗୁରୁତ୍ୱ ଦେବୁ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟ୍ଵିଟ୍ କରି କହିଛନ୍ତି, ‘ ଗୁଣ୍ଡା ହାରି ଯାଇଛନ୍ତି, ଜନତା ଜିତିଛନ୍ତି । ଦିଲ୍ଲୀ ନଗର ନିଗମରେ ଆଜି ଦିଲ୍ଲୀ ଜନତାଙ୍କ ବିଜୟ ହୋଇଛି। ଆଉ ଗୁଣ୍ଡମାନେ ହାରିଯାଇଛନ୍ତି । ଶେଲି ଓବରୟ ଜନତାଙ୍କ ହୃଦୟ ଜିତିନେଇଛନ୍ତି । ଏଥିପାଇଁ ଜନତାଙ୍କୁ ଧନ୍ୟବାଦ ।
ତେବେ ମତଦାନ କରିଥିଲେ ୨୬୬ ସାଂସଦ, ବିଧାୟକ ଓ କାଉନସିଲର। ଫଳରେ ଏମସିଡିରେ ବିଜେପିର ୧୫ବର୍ଷର ରାଜତ୍ବର ଅବସାନ ଘଟିଛି । ଦିଲ୍ଲୀ ଇଷ୍ଟ ପଟେଲ ନଗରରୁ ପ୍ରଥମ ଥର ଲାଗି କାଉନସିଲର ହୋଇଥିବା ଶେଲୀ ହୋଇଛନ୍ତି ମେୟର । ଆଜିର ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ ଦିଲ୍ଲୀ ସାଂସଦ ।