ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ଏନ୍ ଏ ସି ରେ ଜଣେ ଯୁବକ, ଯୁବତୀଙ୍କ ସହ ପ୍ରେମ କରି ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଗିରଫ ହେଲେ ଯୁବକ । ମିଳିଥିବା ସୂଚନାନୁଯାୟୀ ବାଲିମେଳା ସଦରର ଦୈନିକ ବଜାର ନିକଟସ୍ଥ ରାଣୀ ରୋଡର ଭରତ ବାଘଙ୍କ ପୁଅ ମୁକେଶ ବାଘ(୨୦) ଆୟାପା ମନ୍ଦିର ନିକଟସ୍ଥ ଯକ୍ଷା ନାଗଙ୍କ ଝିଅ ମମିତା ନାଗ (୧୯)ଙ୍କ ମଧ୍ୟରେ ଦୀର୍ଘ ୯ ମାସ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଇତି ମଧ୍ୟରେ ମୁକେଶ ମମିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ନିମନ୍ତେ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ ।ଗତ ଅଗଷ୍ଟ ୭ ତାରିଖ ଶନିବାର ଦିନ ଅପରାହ୍ନ ୨ ଟା ସମୟରେ ମୁକେଶ ବାଲିମେଳା ସଦରର ଡ୍ରାଇଭର ଲାଇନରେ ଥିବା ଏକ ଘରକୁ ମମିତାଙ୍କୁ ଡାକିଥିଲେ । ସେଠାରେ ସେ ଅତି ପ୍ରେମର ସହ ମମିତାଙ୍କ ସହିତ ବାର୍ତ୍ତାଳାପ କରି ଅଳ୍ପ ଦିନ ମଧ୍ୟରେ ବିବାହ କରିବେ କହି ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ପରେ କିନ୍ତୁ ମୁକେଶ ବିବାହ କରିବେ ନାହିଁ ବୋଲି ପ୍ରତ୍ୟାଖାନ କରିଥିଲେ । ଯାହା ଫଳରେ ମମିତା ବାଧ୍ୟ ହୋଇ ଗତକାଲି ଥାନାର ଦ୍ୱାରସ୍ଥ ହୋଇ ମୁକେଶଙ୍କ ବିରୋଧରେ ଏତଲା ଦେଇଥିଲେ । ଏତଲା ଭିତ୍ତି କରି ଓର୍କେଲ ପୋଲିସ ୧୪୨/୨୧ ପ୍ରକାରେ ମାମଲା ରୁଜୁ କରି ମୁକେଶକୁ ଗିରଫ କରି ଆଜି ଡାକ୍ତରୀ ମଇନା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଜନ କୂଜୁର ସୂଚନା ଦେଇଛନ୍ତି ।