ହିଞ୍ଜିଳି/ରଜନୀକାନ୍ତ ପାତ୍ର: ଗଞ୍ଜାମ ଜିଲ୍ଲା ଆସିକା ପୋଲିକୁ ମିଳିଛି ଏକ ବଡ ସଫଳତା । ଆସିକା ସହର ତଥା ଆଖପାଖ ଅଞ୍ଚଳରେ ନକଲି ମଦ ପ୍ରସ୍ତୁତ ଅଭିଯୋଗ ରେ ପୋଲିସ ୮ ଜଣକୁ ଗିରଫ କରିବା ସହ ବହୁତ ପରିମାଣର ନକଲି ମଦକୁ ଜବତ କରିଛି । ତେବେ ବ୍ରହ୍ମପୁର କମଳାବାରି ଅଂଚଳରେ ନକଲି ମଦ ପ୍ରସ୍ତୁତ କରାଯାଉଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।