ଅଭିଜିତ ଏସ ଧଳ ୫୮୨ ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ ୩୧୭୭ ରାଙ୍କରେ ଉର୍ତ୍ତୀର୍ଣ୍ଣ…

0

ଯାଜପୁର (ବେଦପ୍ରକାଶ ନାୟକ)୧୯/୦୬  ସର୍ବ ଭାରତୀୟ ସ୍ତରରେ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ନୀଟ ୟୂଜି (ମେଡିକାଲ) ପ୍ରବେଶିକା ପରୀକ୍ଷାରେ ଯାଜପୁର ଜିଲ୍ଲାର ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଏବଂ ପ୍ରୟାସ କ୍ଲାସେସ ଶିକ୍ଷା ଅନୁଷ୍ଠାନର ଛାତ୍ର ଅଭିଜିତ ଏସ ଧଳ  ୫୮୨ ନମ୍ବର ରଖି ସର୍ବ ଭାରତିୟ ସ୍ତରରେ ୩୧୭୭ ରାଙ୍କ ରଖି ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ଯାଜପୁରର ଗୌରବ  ଅର୍ଜନ କରିଛନ୍ତି।ଏହି ସଫଳତାର ଶ୍ରେୟ ଶ୍ରୀ ଅଭିଜିତ ଏସ ଧଳ ପ୍ରଥମେ ତାଙ୍କର ପ୍ରୟାସ କ୍ଲାସେସର ପ୍ରତିଷ୍ଠାତା ନିହାର ରଞ୍ଜନ ଦାସ,ସମସ୍ତ  ଶିକ୍ଷକ, ଶିକ୍ଷୟିତ୍ରୀ ,  ଶିକ୍ଷା କର୍ମଚାରୀ ଓ ନିଜର ପରିବାର ବର୍ଗଙ୍କୁ ତାଙ୍କର ସଫଳତାର ଶ୍ରେୟ ଦେଇଛନ୍ତି। ସେ ଯାଜପୁର ସହର ସ୍ଥିତ ବେଲାରପୁର ଗ୍ରାମର ପିତା ଯଯାତି କେଶରୀ  ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ସତ୍ୟବ୍ରତ ଧଳ ମହାପାତ୍ର ଓ ମାତା ବିରଜା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ରାଉତ ରାୟଙ୍କର ସୁପୁତ୍ର । ତାଙ୍କର ଜେଜେ ବାପା ତଥା ମହତାବ ଉଚ୍ଚ ବିଦ୍ୟାଳୟ ମଙ୍ଗଳପୁର ର ପୂର୍ବତନ ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଧଳ, ଓ ଜେଜେ ମା ତଥା ବିରଜା ଉଚ୍ଚ ବିଦ୍ୟାଳୟ ଯାଜପୁର ର ପୂର୍ବତନ ଶିକ୍ଷୟିତ୍ରୀ ପ୍ରେମଲତା ବେହୁରିଆଙ୍କ ନାତି,  ତାଙ୍କର ବଡ଼ ମାମୁଁ ଅଶୋକ କୁମାର ରାଉତ ରାୟ ,ସାନ ମାମୁଁ ହରିହର ରାଉତ ରାୟ ,ମାଇଁ ସୁପ୍ରଭା ରାଉତ ରାୟ, ତନୁଶ୍ରୀ ସାମଲ ,ତାଙ୍କର ମଉସା  ଅନନ୍ତ କିଶୋର ରାଉତ ରାୟ, ରବୀନ୍ଦ୍ର ପ୍ରଧାନ, ମାଉସୀ ବିଷ୍ଣୁପ୍ରିୟା ରାଉତ ରାୟ, ହରପ୍ରିୟା ରାଉତ ରାୟ, ଓ ଭାଇ ଭଉଣୀ ମାନେ ସମସ୍ତେ   ଅଭିଜିତ ଏସ ଧଳଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହିତ ତାଙ୍କର ଭବିଷ୍ୟତରେ ଡାକ୍ତରୀ ଉଚ୍ଚ ଶିକ୍ଷା ପାଇଁ ମା ବିରଜା, ମା ରକ୍ଷାକାଳୀ,ଓ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।