ଅଭିନଭ ହଲାଶ୍ରୀ ସ୍ୱାମୀଜୀଙ୍କୁ ଗିରଫ କଲା ବାଙ୍ଗାଲୋରର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ

0

ଭୁବନେଶ୍ୱର: ଅଭିନଭ ହଲାଶ୍ରୀ ସ୍ୱାମୀଜୀ ଗିରଫ। ବିଧାୟକ ଟିକେଟ ଦୁର୍ନୀତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିନଭ ହଲାଶ୍ରୀ ସ୍ୱାମୀଜୀ ଓଡିଶାରୁ ଗିରଫ। ବିଧାୟକ ଟିକେଟ ଦେବା ନାମରେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକାମି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଭୁବେଶ୍ବରରୁ ଗୟାକୁ ଟ୍ରେନରେ ଯାଉଥିବା ବେଳେ କଟକରେ ଗିରଫ କଳା ବାଙ୍ଗାଲୋରର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ ର ଟିମ୍। ଓଡ଼ିଶା ପୋଲିସ ସହାୟତାରେ ଗିରଫ। ବିଧାୟକ ଟିକେଟ ଦେବା ନାମରେ ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକାମି ହୋଇଥିଲା। ପୂର୍ବରୁ ଏହି ଘଣ୍ଟାରେ ୨ ଜଣ ଗିରଫ ହୋଇଛନ୍ତି।