କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌କୁ ଅପେକ୍ଷା କରିଛନ୍ତି ଅଭିଷେକ ବଚ୍ଚନ

0

(ଶୁଭସ୍ମିତା ଦାଶ): ସିନେପ୍ରେମୀ ମାନେ ବଲିଉଡ଼ରେ ଥିବା ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ନିଜର ଆଇଡ଼ଲ ବୋଲି ବାଛିନେଇଥାନ୍ତି । ସେହି ଆଇଡ଼ଲଙ୍କ ଫିଲ୍ମ ଦେଖିବାକୁ ଅନେଇ ବସିଥାନ୍ତି । ଠିକ୍ ସେହିପରି ବଲିଉଡ୍‌ରେ କଳାକାରମାନଙ୍କ ମନପସନ୍ଦର କଳାକାର ବି ଅଛନ୍ତି। କାହାକୁ କାହା ଅଭିନୟ ଭଲ ଲାଗେ ତ କାହାକୁ କାହା ଚରିତ୍ର। ସେହିପରି ଅଭିଷେକ ବଚ୍ଚନ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌କୁ ଅପେକ୍ଷା କରିଛନ୍ତି । କଙ୍ଗନାଙ୍କର ବି ପ୍ରଶଂସା କରିଥିଲେ । ନିକଟରେ ‘ଇଣ୍ଡିଆ ଟୁଡେ’ର ଏକ କାର୍ୟ୍ୟକ୍ରମକୁ ଆସି ନିଜ ପସନ୍ଦର ଅଭିନେତ୍ରୀଙ୍କ ବିଷୟରେ ଖୋଲି କହିଛନ୍ତି ଅଭିନେତା ଅଭିଷେକ ବଚ୍ଚନ। କାର୍ୟ୍ୟକ୍ରମରେ ତାଙ୍କୁ ଏମିତି ସବୁ ପ୍ରଶ୍ନ ପଚରାଯାଇଥିଲା ଯେଉଁଥିରେ ସେ ଖୁବ୍‌ ଦ୍ୱିଧାରେ ପଡ଼ିଯାଇଥିଲେ। ପ୍ରଶ୍ନ ଥିଲା କଙ୍ଗନା ଓ କରୀନାଙ୍କ ଭିତରେ କିଏ ବେଷ୍ଟ୍‌। ଉତ୍ତର ଦେଇ କହିଥିଲେ, ‘‘କରୀନାଙ୍କ ସହ ମୁଁ ମୋ ପ୍ରଥମ ଫିଲ୍ମ ‘ରିଫ୍ୟୁଜୀ’ରେ କାମ କରିଥିଲି। ସେ ଖୁବ୍‌ ଭଲ ଅଭିନେତ୍ରୀ କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୁଁ କରୀନାଙ୍କ ନାଁ କହୁଛି।’’ ସେହିପରି କଙ୍ଗନାଙ୍କୁ ଅଭିନୟକୁ ମଧ୍ୟ ପ୍ରଶଂସା କରିଥିଲେ । ଏହା ସହ ଅଭିଷେକ୍‌ଙ୍କୁ ନିଜ ପିତାଙ୍କ ବେଷ୍ଟ୍‌ ଫିଲ୍ମ ବିଷୟରେ ପଚରାଯିବାରୁ ସେ ଉତ୍ତର ଦେଇଥିଲେ । ରାମ ଗୋପାଲ୍‌ ବର୍ମାଙ୍କ ‘ନିଶବ୍ଦ’ । ହୁଏତ ଏହି ଫିଲ୍ମ ସମସ୍ତଙ୍କ ପସନ୍ଦ ନ ହୋଇପାରେ କିନ୍ତୁ ମୋତେ ବହୁତ ପସନ୍ଦ ବୋଲି କହିଥିଲେ ।