ଟାଙ୍ଗି / ରାକେଶ କୁମାର ଜଗଦେବ : ଦିନକୁ ଦିନ ଟାଙ୍ଗୀ ଅବକାରୀ ଥାନା ଆଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଅବକାରୀ ପୋଲିସ ଚୋରା ମଦ କାରବାରକୁ ଲଗାମ ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ଏଥିରେ ସଫଳ ହୋଇ ପାରୁନାହିଁ । କିନ୍ତୁ ଆଜି ଟାଙ୍ଗୀ ଅବକାରୀ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇ ଚୋରା ମଦ ବେଵାରୀ ମାନଙ୍କୁ ସାବାଡ଼ କରିବା ପାଇଁ ଗୋଟିଏ ଦିନରେ ୩ ଟି ସ୍ଥାନରେ ଚଢ଼ାଉ କରି ୪ ଜଣ ମଦ ବେପାରୀ ମାନଙ୍କୁ ଗିରଫ କରିଛି । ଜରିପଡା ଓ ସୋରଣ, ଟାଙ୍ଗୀ ରେ ଚଢାଉ କରି ହୁଲାସ, ବିଶ୍ୱନାଥ ବେହେରା, ମିଥୁନ ଦାଶ ଓ ଚରଣ ମହାରଣା ଙ୍କୁ ଗିରଫ କରିଥିବା କୁହାଯାଉଛି । ସେମାନଙ୍କ ନିକଟରୁ ୩୪ ଲିଟର ଦେଶୀ ରନ୍ଧା ମଦ ସହ ୧୦ ଲିଟର ଆସ୍କା ୪୦ ମଦ ଜବତ କରିଚି ଅବକାରୀ ପୋଲିସ । ଏହି ଚଢ଼ାଉ ଅବକାରୀ ଇନ୍ସପେକ୍ଟର ନାରାୟଣ ଜେନା ନେତୃତ୍ୱ ହୋଇଥିବା ବେଳେ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି ।