ମହୁଲ ଫୁଲ ସହ ୨ ଜଣଙ୍କୁ ଗିରଫ କରିଛି ଅବକାରି ବିଭାଗ

0

ବୋରିଗୁମ୍ମା / ସୁଦର୍ଶନ ପ୍ରଧାନ : ମହୁଲ ଫୁଲ ଜବତ କଲା ଅବକାରି ବିଭାଗ । ୩୦ କୁଇଣ୍ଟାଲ ମହୁଲ ଫୁଲ ଜବତ କରିବା ସହ ୨ଜଣ ଚାଲାଣ କାରିଙ୍କୁ ଗିରଫ କରିଛି ଅବକାରି ବିଭାଗ । ସୂଚନା ଅନୁଯାୟୀ ଆଜି ଏକ ପିକଅପ ଭ୍ୟାନ ରେ ଛତିଶଗଡ଼ ଜଗଦଲପୁର ରୁ ରାୟଗଡା ଟିକିରି ଅଭିମୁଖେ ୩୦ କୁଇଣ୍ଟାଲ ମହୁଲ ଫୁଲ ନେଇ ଯାଉଥିବା ସମୟରେ ବୋରିଗୁମ୍ମା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ବୋରିଗୁମ୍ମା ବଣ୍ଡାଗୁଡା ଛକ ନିକଟରେ ଗାଡିକୁ ଅଟକାଇ ଥିଲେ ଗାଡ଼ିରେ ମହୁଲ ଫୁଲ ଥିବା ବେଳେ ଡ୍ରାଇଭର ସହ ଜଣକୁ ଗିରଫ କରି ସମସ୍ତ ମହୁଲ ଫୁଲକୁ ଜବତ କରିଥିବା ବୋରିଗୁମ୍ମା ଅବକାରୀ ଥାନା ଅଧିକାରୀ ବିଶ୍ୱଜିତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।