ବାଲେଶ୍ବର : କାର୍ଯ୍ୟ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ଥାନା ଅଧିକାରୀ । ବସ୍ତା ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆ ନିଜ କାର୍ୟ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି । ବେଆଇନ କାମରେ ପୂର୍ବରୁ ମଧ୍ୟ ଭଗବାନ ଏକ ଅଫିମ ଜବତ କରିବା ଘଟଣରେ ସଂପୃକ୍ତ ଥିବାରୁ ଅଭିଯୁକ୍ତଙ୍କୁ ହେରଫେର କରି ଗିରଫ ଘଟଣାରେ ତାଙ୍କୁ ଅଟକ ରଖି ସ୍ଥାନୀୟ ଲୋକେ ମାଡ ମାରିଥିଲେ । ଏହି ଘଟଣା ଉପରେ ଅବକାରୀ କମିସନର ଆଶିଷ ସିଂ ତଦନ୍ତ ଚଳାଇଥିଲେ । ଅବକାରୀ ନିର୍ଦ୍ଦେଶକ ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶକ୍ରମେ ଆଜି କମିସନର ଶ୍ରୀ ସିଂ ଭଗବାନ ମହାନନ୍ଦିଆଙ୍କୁ କାର୍ୟ୍ୟରୁ ନିଲମ୍ବିତ କରିଥିବା ଜଣାଯାଇଛି । ସୂଚନା ଅନୂଯାୟୀ, ଗତ ୯ ତାରିଖ ଦିନ ଜାତୀୟ ରାଜପଥ ଅମର୍ଦ୍ଦାରୋଡ ନିକଟରୁ ରାମକୃଷ୍ଣ ଜେନା ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା ବସ୍ତା, ଜଳେଶ୍ଵର, ବାଲିଆପାଳ ଓ ସାଟଲୋଇଟ ଅବକାରୀ ପୁଲିସ । ପରେ ଏହି ମାମଲାକୁ ଚାପି ଦେବା ପାଇଁ ବସ୍ତା ଅବକାରୀ ଅଧିକାରୀ ଶ୍ରୀ ମହାନନ୍ଦୀଆ ରାମକୃଷ୍ଣଙ୍କୁ ଛାଡ଼ି ବସ୍ତାର ତାପଣ୍ଡା ଗ୍ରାମର ଅନ୍ୟ ଜଣଙ୍କୁ ଗିରଫ କରିଥିଲା। ଏହି ଖବର ସହିତ ରାମକୃଷ୍ଣ ଜେନା ଓ ଅବକାରୀ ଅଧିକାରୀ ଜବତ ଅଫିମ ସହିତ ଏକ ଫଟୋ ବାହାରେ ଭାଇରାଲ ହେବାପରେ ପୁଣି ସନ୍ଧ୍ୟାରେ ବସ୍ତା ଓ ବାଲିଆପାଳ ଅବକାରୀ ଥାନା ଅଧିକାରୀ ରାମକୃଷ୍ଣଙ୍କୁ ଗିରଫ ପାଇଁ ଗୁତଡିହା ଘରେ ଚଢ଼ାଉ କରିଥିବା ବେଳେ ଲୋକଙ୍କ ରୋଷର ଶିକାର ହୋଇଥିଲେ। ଆଜି ତାଙ୍କୁ ନିଲମ୍ବନ କରାଯାଇଛି ।