(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ବେଳେ ରାଜନୈତିକ ଭାଷଣ ଜରିଆରେ ଅପଶବ୍ଦ କହିବା ଏବଂ ଗାଳି ଦେବା ଅପରାଧିକ ଧମକ ନୁହେଁ ବୋଲି ତ୍ରିପୁରା ହାଇକୋର୍ଟ କହିଛନ୍ତି। ପ୍ରଚାର ବେଳେ ଭାଷଣ ଜରିଆରେ ଅନେକ ପ୍ରସଙ୍ଗ ଉଠିଥାଏ ହେଲେ ଏହି ପ୍ରସଙ୍ଗର କୌଣସି ମୂଲ୍ୟ ନଥାଏ ବୋଲି କୋର୍ଟ କହିଛନ୍ତି। ତ୍ରିପୁରାର ରାଜ୍ୟ ସଭା ସାଂସଦ ତଥା ସିପିଆଇ ନେତା ଝରଣା ଦାସଙ୍କ ବିରୋଧରେ ଅପଶବ୍ଦ କହିଥିବା ନେଇ ଦାୟର ହୋଇଥିବା ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି।
କୋର୍ଟ କହିଛନ୍ତି ଭାଷଣ ବେଳେ ଗାଳି କରିବା, ଅପଶବ୍ଦ କହିବା, ଶାରୀରିକ ଇସାରା ଦେବା ଆଇପିସିର ଧାରା ୫୦୩, ୫୦୪ (ବି), ୫୦୬ ଅନ୍ତର୍ଭୁକ୍ତ ନୁହଁ।
ତେବେ ଭାଷଣକୁ ନେଇ କୋର୍ଟ କହିଛନ୍ତି ତୃତୀୟ ପକ୍ଷର ଆବେଦନ ଏବଂ ଖବରକାଗଜ ଓ ଟିଭିର ରିପୋର୍ଟରୁ ସାଂସଦ କଣ କହିଛନ୍ତି ତାହା ଜଣାପଡ଼ିଛି। ହେଲେ ଭାଷଣରେ ପ୍ରତିପକ୍ଷକୁ ବିରୋଧ କରିବା ପାଇଁ କିଛି ଶବ୍ଦ ରହିଛି ଯାହାକୁ ବ୍ୟବହାର କରିବାକୁ ପଡ଼ିବ। ଏହାଦ୍ବାରା କାହାର ସମ୍ପତ୍ତି କିମ୍ବା ବ୍ୟକ୍ତିଗତ ହାନୀ ହୁଏ ନାହିଁ କହି ମାମଲାକୁ ଖାରଜ କରିବା ସହିତ ମାଜିଷ୍ଟ୍ରେଟଙ୍କ ରାୟକୁ ସମ୍ମାନ ଦେଇଥିଲେ।