(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଏବିଭିପି ଭୁବନେଶ୍ୱର ବିଭାଗ ତରଫରୁ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ସ୍ୱଦେଶୀ , ସ୍ୱାଲମ୍ବନ , ସ୍ୱରାଜ ଏବଂ ନିଶାନିବାରଣ ବିଷୟରେ ଆଲୋଚନା ଚକ୍ର ଆୟୋଜନ କରାଯାଇଛି । ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସତ୍ୟରଞ୍ଜନ ଜେନା ଏବଂ ମୁଖ୍ୟ ଅତିଥି ଭାବେ ଏବିଭିପି ର ରାଜ୍ୟ ଉପସଭାପତି ଅଧ୍ୟାପିକା ଡ଼. ଗାର୍ଗୀ ବାନାର୍ଜୀ ଓ ଏବିଭିପି ମହାନଗର ସଭାପତି ଅଧ୍ୟାପକ ଡ଼. ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।